Breaking NewsFeaturedରାଜନୀତି

ଏଣିକି କାମ କରିବ ପାଣ୍ଡିଆନଙ୍କ ରୋଡମ୍ୟାପ । ବିରୋଧୀଙ୍କୁ ଶକ୍ତ ଝଟକା ।

ଆରମ୍ଭ ହୋଇଛି ଭି.କେ ପାଣ୍ଡିଆନଙ୍କ ୨ୟ ଇନିଂସ । ପ୍ରଶାସନିକ ସ୍ତରରେ ବେଶ ସପଳତା ପରେ ରାଜନୀତିରେ ପାଦ ଥାପିଛନ୍ତି ଏହି ଚର୍ଚ୍ଚିତ ବ୍ୟକ୍ତି । ବିଜେଡିରେ ସାମିଲ ହେବା ପରଠୁ ହଲଚଲ ଓଡିଶା ରାଜନୀତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଠୁ କରାଗଲାଣି ନାନା କଳ୍ପନାଜଳ୍ପନା । ବିଜେଡିର ରଣନୀତି କଣ ରହିବ କେମିତି ଦଳ ନିର୍ବାଚନ ଲଢିବ, ସେନେଇ ରାଜନୈତିକ ବିଶେଷଜ୍ଞମାନେ କରୁଛନ୍ତି ଆକଳନ । ତେବେ ଇଏ ଚର୍ଚ୍ଚା ଏବେର ନୁହଁ । ଜଣେ ପ୍ରଶାସନିକ ଅଧିକାରୀ ବା ଜିଲ୍ଲାପାଳ ଥିବା ସମୟରୁ ହିଁ ଫୋକସରେ ରହିଆସିଛନ୍ତି ଭିକେ ପାଣ୍ଡିଆନ । କାରଣ ସେ ଥିଲେ ଗଞ୍ଜାମର ଜିଲ୍ଲାପାଳ ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହେଉଛି ହିଞ୍ଜିଳିକାଟୁ । ସେହି ସମୟରୁ ନବୀନ ପଟ୍ଟନାୟକଙ୍କ ସହ ନିକଟତର ହୋଇଥିଲେ ପାଣ୍ଡିଆନ । ଏହାପରେ ସେ ଧୀରେ ଧୀରେ ଚଢିଥିଲେ ସଫଳତାର ପାହାଚ । ନବୀନଙ୍କ ଆସ୍ଥାଭାଜନ ହେଲେ । ଆଉ ପରେ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହେଲେ । ଏସବୁକୁ ନେଇ ସେବେଠାରୁ ବେଶୀ ଚର୍ଚ୍ଚାକୁ ଆସିଥିଲେ ଏହି ପ୍ରଶାସନିକ ଅଧିକାରୀ । ଓଡିଶାକୁ ନବୀନ ନୁହଁନ୍ତି ବରଂ ପାଣ୍ଡିଆନ ଚଳାଉଥିଲେ ବୋଲି ଦାବି କରୁଥିଲେ ବିରୋଧୀ ।

ତେଣୁ ଅନେକ ସମୟରେ ବିରୋଧୀ କୁତ୍ସାରଟନା ସହ ସମାଲୋଚନା ବି କରୁଥିଲେ । କହୁଥିଲେ କି ଯଦି ପାଣ୍ଡିଆନ ପ୍ରତ୍ୟକ୍ଷରାଜନୀତିକୁ ଆସନ୍ତି ବା ଦଳରେ ସାମିଲ ହୁଅନ୍ତି ତେବେ ବିଜେଡି ୨ଫାଳ ହୋଇଯିବ । ଅର୍ଥାତ ଭାଗ ଭାଗ ହୋଇ ୨ଗୋଷ୍ଠୀରେ ପରିଣତ ହେବ । କିନ୍ତୁ ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ । କାରଣ କାର୍ତିକ ପୂର୍ଣ୍ଣିମା ଦିନ ଯେତେବେଳେ ପାଣ୍ଡିଆନ ବିଧିବଦ୍ଧ ଭାବେ ଶଙ୍ଖ ଧରିଲେ ସେତେବେଳେ ଉପସ୍ଥିତ ରହିଥିଲେ ଦଳର ବରିଷ୍ଠ ନେତୃବୃନ୍ଦ । ପ୍ରତାପ ଦେବ, ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ଉଷା ପାଢୀ, ସ୍ନେହାଙ୍ଗୀନ ଛୁରିଆ, ସମୀର ଦାସ, ପିନାକୀ ମିଶ୍ରଙ୍କ ଭଳି ବରିଷ୍ଠ ବିଜେଡି ନେତାଙ୍କ ସମେତ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅରୁଣ ସାହୁ ପ୍ରମୁଖ ଥିଲେ ଉପସ୍ଥିତ । ଏହି ଦୃଶ୍ୟ ବୟାନ କରୁଛି କି ବିଜେଡି ଦୁଇ ଫାଳ ନୁହେଁ । ବରଂ ସମସ୍ତେ ଏକଜୁଟ ଓ ମଜଭୂତ । ଅର୍ଥାତ ସମସ୍ତଙ୍କୁ ନେଇ ଏକ ହୋଇ ନିର୍ବାଚନ ଲଢିବ ବିଜେଡି । କାରଣ ଦଳର ତୁଙ୍ଗ ନେତା ମାନଙ୍କର ପାଣ୍ଡିଆନଙ୍କ ପର୍ତି ରହିଛି ସମର୍ଥନ ଓ ଅନେକ ଭରସା । ଖାସ ସେଥିପାଇଁ ସମସ୍ତେ ତାଙ୍କୁ ସ୍ୱାଗତ ଜଣାଇ ଖୁସି ବ୍ୟକ୍ତ କରିଛନ୍ତି । ଫଲରେ ବିରୋଧୀଙ୍କୁ ପୁଣି ଥରେ ଲାଗିଛି ଜୋରକା ଝଟକା । ଏସବୁ କୁ ଲକ୍ଷ୍ୟ କରି ବିଜେଡି ୨ଗୋଷ୍ଠୀ ହେବାର ଚାନ୍ସ ନାହିଁ ବୋଲି କହିଛନ୍ତି ରଜନୈତିକ ସମୀକ୍ଷକ ।

ସେପଟେ ସୁପ୍ରିମୋଙ୍କ ୫ଟି ମନ୍ତ୍ର ଏବେ ସଚିବ କି ପ୍ରଶାସନିକ ସ୍ତରରେ ନୁହେଁ ବରଂ ବିଜୁ ଜନତା ଦଳରେ କରିଦେଇଛି ପ୍ରୟୋଗ କରାଯିବ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡି ଦୀର୍ଘସୂତ୍ରୀ ଯୋଜନା ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସ୍ପଷ୍ଟ ଦେଖାଯାଉଛି । ଯାହା କୁହାଯାଉଛି ପ୍ରାୟ ୨୦-୨୫ ବର୍ଷୀୟା ଏକ ବିଶେଷ ପ୍ଲାନ୍ କରାଯାଇଛି । ୫-ଟି କହିଲେ ଆମେ ଟେକ୍ନୋଲୋଜି, ଟିମ୍ ୱର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫର୍ମେସନ୍ ଆଦି ଦିଗକୁ ସ୍ପଷ୍ଟ ଭାବେ ବୁଝିଥାଉ । ତେଣୁ ପ୍ରଥମତଃ ଟେକ୍ନୋଲୋଜିର ବିଶେଷ ପ୍ରୟୋଗ ହେବ ବିଜେଡିରେ । ସବୁକିଛି ହେବ ଡିଜିଟାଇଜେସନ । ସେହିପରି ସୋସିଆଲ୍ ମିଡିଆକୁ ଆହୁରି ଗୁରୁତ୍ୱ ଦିଆଯାଇ ଫିଡବ୍ୟାକ୍ କଲେକ୍ସନ କରାଯିବ ଏବଂ ଲୋକଙ୍କ ସହ ରେଗୁଲାର୍ ଟଚ୍ରେ ରହିବା ପାଇଁ କରାଯିବ ଉଦ୍ୟମ । ଦ୍ୱିତୀୟରେ ଟିମ୍ ୱର୍କ ପ୍ରତି ଦିଆଯିବ ବିଶେଷ ଗୁରୁତ୍ୱ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କ ଉଦ୍ୟମରେ ଏଣିକି ନେତାମାନେ ତୃଣମୂଳସ୍ତରର କର୍ମୀମାନଙ୍କୁ ନିୟମିତ ଭେଟିବେ ।

ତୃତୀୟରେ ଟ୍ରାନ୍ସପରେନ୍ସି କଥା, ତେବେ ସରକାର ଓ ଦଳ ମଧ୍ୟରେ ରହିବ ଅଧିକ ସମନ୍ୱୟ । ପାଣ୍ଡିଆନଙ୍କ ନେତୃତ୍ୱରେ ଗାଁ ସ୍ତରରେ ଅର୍ଥାତ୍ ତୃଣମୂଳସ୍ତରରେ ପହଞ୍ôଚବ ସରକାରଙ୍କ ବିକାଶର ଗାଥା ଏବଂ ଯୋଜନାର ରୂପରେଖ । ଚତୁର୍ଥରେ ଟାଇମ୍ ବା ସମୟାନୁବର୍ତ୍ତିତାକୁ ଦଳରେ ଏକଦମ ଗୁରୁତ୍ୱ ଦିଆଯିବ । ସେ ମାସିକ ହେଉ କି ବାର୍ଷିକ କାର୍ୟ୍ୟକ୍ରମ, ସଭାସମିତି, ବୈଠକ ଆଦି ପାଇଁ ପୂର୍ବରୁ ନିଆଯିବ ନିଷ୍ପତ୍ତି ଆଉ ସ୍ଥିର ହୋଇଯିବ ସ୍ଥାନ, ତାରିଖ ଓ କାର୍ୟ୍ୟକ୍ରମ। ଶେଷରେ ୫ଟି ବା ଟ୍ରାନ୍ସଫର୍ମେସନ୍ । ନବୀନ ଓଡ଼ିଶାକୁ ଆଗେଇ ନେବା ପାଇଁ ଅନ୍ୟ ୪ ଟି ଗୁଡ଼ିକ ଯଦି ଠିକ୍ କାର୍ୟ୍ୟକାରୀ କରାଯାଏ ତେବେ ଟ୍ରାନ୍ସଫର୍ମେସନ ପାଇଁ ଆଉ ଚିନ୍ତା ରହିବ ନାହିଁ । ଏହା ହିଁ ଭିକେ ପାଣ୍ଡିଆନଙ୍କ ରଣନୀତି ବା ରୋଡମ୍ୟାପ ବୋଲି କହୁଛନ୍ତି ବିଶେଷଜ୍ଞ ।

Related Articles

Back to top button
WP Twitter Auto Publish Powered By : XYZScripts.com