ଓଡ଼ିଶା

ସିକ୍ରେଟ ଚାମ୍ବରରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରି ପକାଇଲା ଅବକାରୀ ବିଭାଗ

କଟକ() ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । ଗାଡି ଡାଲା ତଳେ ଗଞ୍ଜେଇ ଚାଲାଣ କରୁଥିବା ବେଳେ 102 କେଜି 500 ଗ୍ରାମର ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଟାଙ୍ଗୀ ଜାତୀୟ ରାଜପଥରୁ ଜବତ ହୋଇଛି ଏହି ସବୁ ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବା ନେଇ କହିଛନ୍ତି ଅବକାରୀ ଅଧିକାରୀ ।

ସୂଚନାନୁଯାୟୀ, ଗତକାଲି ରାତିରେ ଏକ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଁ ଷ୍ଟେଟ ଫ୍ଲାଇଙ୍ଗ ସ୍ୱାର୍ଡ ଟାଙ୍ଗୀ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କନ୍ଧମାଳରୁ ଯାଜପୁର ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନକୁ ଅଟକାଇଥିଲା । ଗାଡିର ଯାଞ୍ଚ ସମୟରେ ଏକ ସିକ୍ରେଟ ଚାମ୍ବରରୁ ଗଞ୍ଜେଇ ଜବତ କରାଯାଇଥିଲା ।

କନ୍ଧମାଳରୁ କୋଲକାତାକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା କହିଛନ୍ତି ଦୁଇ ଅଭିଯୁକ୍ତ ।ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ବିଭାଗ ଇନ୍ସପେକ୍ଟର ଉମାକାନ୍ତ ସ୍ବାଇଁ ନିଜ ଷ୍ଟାଫ୍ ମାନଙ୍କୁ ନେଇ ଚଢାଉ କରିଥିଲେ । ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର ମନୋଜ ବଳିଆର ସିଂ ଏବଂ ଗଞ୍ଜାମର କୀର୍ତ୍ତନ ଗୌଡ଼ । ଦୁଇ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ସହ କୋର୍ଟ ଚାଲାଣ କରି ଜେଲ୍ ହାଜତକୁ ପଠାଇଦେଇଛି ଜିଲ୍ଲା ଅବକାରୀ ବିଭାଗ।

Related Articles

Back to top button
WP Twitter Auto Publish Powered By : XYZScripts.com