ଓଡ଼ିଶା

ହିରୋ ବାବୁସାନ ଏବଂ ହିରୋଇନ ପ୍ରକୃତି ଅଭାବନୀୟ ସ୍ଥିତିର ସମୁଖୀନ; ଦାଣ୍ଡରେ ପଡିଲା ଘର କଳି

ଭୁବନେଶ୍ୱର, ୨୩.୦୭.୨୦୨୨- ଆରେ ଦୌଡିଲା, ଆରେ ଦୌଡିଲା… । ଭୁବନେଶ୍ୱରର ଏକ ଜନ ଗହଳିପୂର୍ଣ୍ଣ ରାସ୍ତାରେ ଓଲିଉଡର ଲୋକପ୍ରିୟ ଚଳଚିତ୍ର ଅଭିନେତ୍ରୀ ପ୍ରକୃତି ମିଶ୍ର କାନ୍ଧରେ ଭ୍ୟାନିଟି ବ୍ୟାଗ ପକାଇ ବିକଳ ଆବସ୍ଥାରେ ଦୌଡୁଥିବା ଏବଂ ପଛରେ କିଛି ଯୁବକ ଓ ଦେଖଣାହାରି ଏଭଳି କମେଣ୍ଟ ମାରୁଥିବା ଦେଖି ଆଖପାଖର ଲୋକେ ହଠାତ୍ କିଛି ବୁଝିପାରିନଥିଲେ । ଚାହୁଁ ଚାହୁଁ ଲୋକ ଗହଳି ହେବାସହ ପ୍ରକୃତି ଗୋଟିଏ କାରରୁ କବାଟ ଖୋଲି ନାଳ ନର୍ଦ୍ଦମା ନମାନି ଆଉ ଗୋଟିଏ ଅଟୋରେ ବସି ତରତରରେ ପଳାଉ ଥିଲେ । ଯିବା ପୂର୍ବରୁ ତାଙ୍କୁ ପିଛା ନକରିବାକୁ ରାସ୍ତା ଉପରେ ହାତଯୋଡି ଅନୁରୋଧ କରୁଥିବା ମଧ୍ୟ ଦେଖାଯାଇଥିଲା । ମାତ୍ର ପ୍ରକୃତ ଘଟଣା ଥିଲା କିଛି ଭିନ୍ନ । ଓଲିଉଡର ଚକଲେଟ୍ ହିରୋ ବାବୁସାନଙ୍କ ସହ ତାଙ୍କ ଗାଡିରେ ପ୍ରକୃତି ଯାଉଥିବା ବେଳେ ଧରା ପଡିଯାଇଥିଲେ ପତ୍ନୀ ଝିଲ୍ଲୀଙ୍କ ହାବୁଡରେ । ନିଜେ ବାବୁସାନ୍ ଗାଡି ଚଳଉଥିବା ବେଳେ ଆଗ ସିଟରେ ବସିଥିଲେ ପ୍ରକୃତି । ଆଉ ଝଡ ଭଳି ଆବିର୍ଭାବ ଘଟିଥିଲା ପତ୍ନୀ ଝିଲ୍ଲୀଙ୍କର । କେହି କିଛି ବୁଝିବା ପୂର୍ବରୁ ପତ୍ନୀ ଝିଲ୍ଲୀ କାର କବାଟ ଖୋଲି ପତି ବାବୁସାନଙ୍କ କଲର ଭିଡା ଓଟରା କରିବା ସହ ପାଟିତୁଣ୍ଡ କରିଥିଲେ । ପତ୍ନୀଙ୍କର ଏଭଳି ଆଚରଣ ବେଳେ ହିରୋ ବାବୁସାନଙ୍କର ଚେହେରା ଦେଖିଲାଭଳି ହୋଇଥିଲା । ଏକ କିଂ କର୍ତ୍ତବ୍ୟ ବିମୂଢ ଅବ ସ୍ଥାରେ ସେ ପଡିଥିଲେ । ପରେ ପତ୍ନୀ କାର ଭିତରକୁ ଚଢିଯାଇ ପ୍ରକୃତିଙ୍କର ଚୂଟି ଟଣା ଓଟରା କରି ବେଶ୍ ଉତ୍ତମ ମଧ୍ୟମ ଦେଇଥିଲ । ଏଭଳି ଅଚାନକ ଆକ୍ରମଣ ଦେଖି ପ୍ରକୃତି କାର୍ ଛାଡି ଡିଆଁ ମାରିଥିଲେ । ଆଉ ପାଖରେ ଥିବା କିଛି ଯୁବକ ଏବଂ ଅଟୋ ଡ୍ରଇଭର ବାବୁସାନଙ୍କ ପତ୍ନୀଙ୍କୁ ସମର୍ଥନ କରିଥିଲେ । ସେମାନେ ପ୍ରକୃତିଙ୍କୁ ଗୋଡାଇବା ସହ ଏଭଳି ଭାଷା ଉଡେଇ ଥିଲେ ଯେ, କାନ ଶୁଣିବନି । ସାଧାରଣତଃ ହିରୋ ହିରୋଇନଙ୍କୁୁ ନେଇ ଲୋକମାନଙ୍କ ଭିତରେ ଏକ ଭିନ୍ନ ଧାରଣା ରହିଥାଏ । କିନ୍ତୁ ଶନିବାର ଭୁବ ନେଶ୍ୱରର ବିଚ୍ ରାସ୍ତା ଉପରେ ହିରୋ ବାବୁସାନ ଏବଂ ହିରୋଇନ୍ ପ୍ରକୃତିଙ୍କ ଏଭଳି ହିନିମାନିଆ ଅବସ୍ଥା ଦେଖିଲାଭଳି ଥିଲା । ଆଉ ସାଙ୍ଗେ ସାଙ୍ଗେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏକ ଆଗ ଧାଡିର ହିରୋଙ୍କ ପାରିବାରିକ ଝଗଡା ହାଟରେ ପଡି ଦାଣ୍ଡରେ ଗଡୁଛି । ତେବେ ଘଟଣା ଉପରେ ପ୍ରତିକ୍ରିୟା ଦେଇ ସେ ପ୍ରକୃତିଙ୍କୁ ଗାଡିରେ ପିକ୍ ଅପ୍ କରିବା ଉଦ୍ଦେଶ୍ୟରେ ସାଙ୍ଗରେ ନେଉଥିଲେ ବୋଲି ବାବୁସାନ କହିଛନ୍ତି । ସେପଟେ ପ୍ରକୃତି ଏହା ଉପରେ ମତ ଦେଇ ତାଙ୍କ ଉପରେ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି । ତାଙ୍କୁ କିଛି ଗୁଣ୍ଡା ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ଆଣି ଆଇନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com