Breaking NewsFeaturedରାଜନୀତି

ମୋଦି ଏବଂ ବିଜେପି ସରକାର ଉପରେ ବର୍ଷିଲେ ଖଡଗେ

ଥମିବାର ନାଁ ନେଉନି ମଣିପୁର ହିଂସା । କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇପଡିଛି ମଣିପୁର । ଯେଉଁଥିପାଇଁ ବର୍ତ୍ତମାନ ବିରେନ ସରକାର ରାଜ୍ୟକୁ ଏକ ବିଶୃଙ୍ଖଳିତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ଅକ୍ଟୋବର ୧ରୁ ଆଗାମୀ ୬ ମାସ ଯାଏଁ ପୁରା ମଣିପୁରକୁ ଅସାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବା ସହ ଆଫସା ବଳବତ୍ତର ରହିବ । ସେହିପରି ଏଥିରୁ କେବଳ ୧୯ଟି ପୁଲିସ ଷ୍ଟେସନ କୁ ବାଦ ଦିଆଯାଇଛି । ଅତ୍ୟଧ୍ଖଳ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତି ନେଇଛନ୍ତି । ନିକଟରେ ଦୁଇ ଜଣ ସ୍କୁଲ ପିଲା ନିଖୋଜ ଓ ପରେ ସେମାନଙ୍କ ମୃତ ଦେହ ମିଳିବା ଘଟଣାରେ ପୁଣି ଥରେ ମଣିପୁରରେ ହିଂସାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି ।

ସେଠାକାର ଲୋକମାନଙ୍କ ସମେତ ହଜାର ହଜାର ଛାତ୍ରଛାତ୍ରୀ ଏହାକୁ ବିରୋଧ କରୁଛନ୍ତି । ସେହିପରି ବିରୋଧ ପ୍ରଦର୍ଶନକାରୀ ଓ ପୁଲିସ ମୁହାଁମୁହିଁ ଘଟଣା ହିଂସାକୁ ଆହୁରି ବୃଦ୍ଧି କରିବା ସହ ମାହୋଲକୁ ପୁଣି ବିଗାଡିଛି । ଗୁରୁବାର ଅର୍ଥାତ ଆଜି ମଧ୍ୟ ବିକ୍ଷୋଭ ଜାରି ରହିଛି । ଶହ ଶହ ସଂଖ୍ୟକ ଲୋକ ଇମ୍ପାଲ ଓ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ କରିଛନ୍ତି । ସେପଟେ କେନ୍ଦ୍ର ଓ ମଣିପୁର ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗକୁ ଅଣଦେଖା କରୁଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି। ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି , ଉତ୍ତରପୂର୍ବ ରାଜ୍ୟ ଏବେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ୧୪୭ ଦିନ ଧରି ମଣିପୁରର ଲୋକମାନେ କଷ୍ଟ ଭୋଗୁଛନ୍ତି। କିନ୍ତୁ ମଣିପୁର ଗସ୍ତ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ।

ହିଂସାରେ ଛାତ୍ରଙ୍କୁ ଟାର୍ଗେଟ୍‌ କରାଯିବାର ଭୟଙ୍କର ଦୃଶ୍ୟ ପୁଣିଥରେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ହିଂସାରେ ମହିଳା ଏବଂ ଶିଶୁଙ୍କୁ ଅସ୍ତ୍ର କରାଯାଇଛି ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି। ହିଂସା ପାଇଁ ବିଜେପିକୁ ଦାୟୀ କରି ଖଡ଼ଗେ କହିଛନ୍ତି, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ହେଉଛନ୍ତି ଅପରାଗ। ତାଙ୍କୁ ବହିଷ୍କାର କରିବାପାଇଁ ସେ ପ୍ରଧାନମନ୍ତ୍ରୀଙ୍କଠାରେ ମଧ୍ୟ ଦାବି କରିଛନ୍ତି। ତେବେ ମେ ମାସରୁ ମଣିପୁରରେ ଉତ୍ତେଜନା ଜାରିରହିଛି । କୁକି ଓ ମୈଇତି ସମ୍ପ୍ରଦାୟ ମଧ୍ୟରେ ବିବାଦ ଚାଲିଛି । ସେହିପରି ୫ ମାସ ପରେ ସେପ୍ଟେମ୍ବର ୨୩ରେ ରାଜ୍ୟରେ ଇଂଟରନେଟ ସେବା ସ୍ୱଭାବିକ ହେବାର କିଛି ଘଣ୍ଟା ପରେ ଦୁଇଜଣ ସ୍କୁଲ ପିଲାଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପୁଣି ଥଣ୍ଡା ପଡିଥିବା ହିଂସାରେ ନିଆଁ ଲଗାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com