Breaking NewsFeaturedଓଡ଼ିଶା

ଆରମ୍ଭ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା, ୧୫୦୦୦ ପାଇଲେ ମହିଳା

ରାଜ୍ୟରେ ମହିଳାମାନେ ହେବେ ଆହୁରି ସଶକ୍ତ । ଗମନାଗମନ ଠାରୁ ବ୍ୟବସାୟ ପର୍ଯ୍ୟନ୍ତ ସବୁଥିରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏନେଇ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମହିଳାଙ୍କୁ ସ୍କୁଟି ଯୋଗଇ ଦିଆଯାଇଛି । ସେହିପରି ଆଗାମୀ ଦିଗରେ ଆହୁରି ୨ ଲକ୍ଷ ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଅଧିନରେ ସ୍କୁଟର କିଣିବା ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ଦିଆଯାଇଛି। ଯାହା ଫଳରେ ବ୍ୟାଙ୍କରୁ ସେମାନେ ଋଣ ନେଇ ସ୍କୁଟର କିଣି ପାରୁଛନ୍ତି । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କୁ ସ୍କୁଟର କିଣିବା ପାଇଁ ସହାୟତା କରାଯାଉଛି ।

ସେହିପରି ମିଶନ ଶକ୍ତି ମହିଳାମାନଙ୍କ ସଶକ୍ତିକରଣ କାର୍ୟ୍ୟଇକ୍ରମକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଚଳିତ ବଜେଟରେ ୨ହଜାର ୫ଶହ ୫୪ କୋଟି ବ୍ୟୟବରାଦ ହୋଇଛି । ସେହିଭଳି ଆସନ୍ତା ୫ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ବ୍ୟବସାୟିକ ସହାୟତା ପାଇଁ ୧୦ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ। ଏହଛଡା ପଞ୍ଚାୟତ ଫେଡେରେସନ ପାଇଁ ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ବିଲ୍ଡିଂ ପାଇଁ ପ୍ରତି ପଞ୍ଚାୟତକୁ ୩୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୨ ଲକ୍ଷ ଗ୍ରୁପକୁ ୧୫୦ କୋଟିର ସୁଧ ଫେରସ୍ତ କରାଯାଇଛି । ଏପରି ଯୋଜନା ଦ୍ୱାରା ନୂଆ ଓଡ଼ିଶା ଗଠନରେ ମିଶନ ଶକ୍ତି ମହିଳା ମୁଖ୍ୟ ଭୁମିକାରେ ରହିବେ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com