Breaking NewsFeaturedକ୍ରୀଡ଼ା

ବନ୍ଧୁତ୍ୱର ବିରଳ ଦୃଶ୍ୟ, ମ୍ୟାଚ ଜିତିବା ଖୁସିରେ କୋହଲିଙ୍କୁ ନିଜ ପୁରସ୍କାର ଦେଲେ ରୋହିତ

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇଛି ଭାରତ । ବୁଧବାର ଦିଲ୍ଲୀରେ ଖେଳାଯାଇଥିବା ବିଶ୍ୱକପର ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଏହାପରେ ୨୭୩ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ଅଧିନାୟକ ତଥା ଓପନର ରୋହିତ୍‌‌ ଶର୍ମା ଏବଂ ଇଶାନ କିଶାନ ପଡିଆକୁ ଓହ୍ଲାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରୋହିତଙ୍କ ତୋଫାନି ଇନିଂସ । ମାତ୍ର ୮୪ ବଲରୁ ୧୩୧ ରନକରି ଦଳକୁ ସେ ବିଜୟପଥ ଦେଖାଇଥିଲେ । ଯେଉଁଥିପାଇଁ ଭାରତ ୩୫ ଓଭରରେ ୨ ୱିକେଟ ହରାଇ ୨୭୩ ରନ କରି ମ୍ୟାଚକୁ ସହଜରେ ଜିତି ନେଇଥିଲା । ଏହାପରେ ଆରମ୍ଭ ହୋଇଥିଲା ପୁରସ୍କାର ବିତରଣ କାର୍ଯ୍ୟକ୍ରମ । ଶତକୀୟ ଇନିଂସ ପାଇଁ ରୋହିତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିଲେ । ମାତ୍ର ଏହାକୁ ସାଥୀ ଖେଳାଳି କୋହଲିଙ୍କୁ ଭେଟି ଦେଇଥିଲେ ରୋହିତ । ବିରାଟ ମଧ୍ୟ ଏହାକୁ ଆନନ୍ଦରେ କୋହଲି ଏହି ମ୍ୟାଚରେ ୫୬ ବଲରୁ ୫୫ ରନ କରି ଅପରାଜିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com