Breaking NewsFeaturedଅନ୍ତର୍ଜାତୀୟ

ଫୋନରେ ଟଙ୍କା ମାଗି ବନ୍ଧାହେଲେ କୃଷିମନ୍ତ୍ରୀ, ଆଗରୁ ଅଛି ୧୦ ଲକ୍ଷରୁ ଅଧିକ ଠକେଇ

ମୁଁ କୃଷି ମନ୍ତ୍ରୀ କହୁଛି । ତମ ହସ୍ପିଟାଲ ମଙ୍ଗଳ ପାଇଁ ଯଜ୍ଞ କରାଯିବ । ସେଥିପାଇଁ ୩୧ କେଜି ଘିଅ ଦରକାର । ଫୋନରେ କୃଷିମନ୍ତ୍ରୀଙ୍କ କଣ୍ଠସ୍ୱର ଶୁଭୁଥିବାରୁ ଫୋନ ପେ ମାଧ୍ୟମରେ ୪୬ ହଜାର ଟଙ୍କା ପଠାଇଥିଲେ ହ୍‌ସ୍ପିଟାଲ ମାଲିକ । ପରେ ସେ ସାଇବର ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ହସ୍ପିଟାଲ ମାଲିକ ଥାନାରେ ଅଭିଯୋଗ କରିବା ପରେ ମାମୁଁଘର ଯାଇଛନ୍ତି ଅଭିଯୁକ୍ତ କୃଷି ମନ୍ତ୍ରୀ ।

ଘଟଣାନୁସାରେ ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା ନାମକ ଜଣେ କିନ୍ନର ୨ ବର୍ଷ ପୂର୍ବେ ଦିଲ୍ଲୀ ଯାଇଥିଲା । ସେଠାରେ ଏକ କିନ୍ନର ଗୋଷ୍ଠୀଙ୍କ ସହ ମିଶି ଆର୍ଥିକ ଠକେଇ କିପରି କରିବାକୁ ହୁଏ ତାହାର କୌଶଳ ଶିଖିଥିଲା ସୁଲଗ୍ନା କିନ୍ନର । ଏହା ପରେ ଓଡିଶା ଆସି ଏକ କିନ୍ନର ଗ୍ରୁପକୁ ନେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିକଟକୁ ଡୋନେସନ ପାଇଁ ଯାଇଥିଲା ସୁଲଗ୍ନା । ସେହି ସମୟରେ ସେ କୃଷି ମନ୍ତ୍ରୀଙ୍କର କଥା କହିବା ଶୈଳୀ ଏବଂ ସ୍ୱର ନକଲ କରିବା ଶିଖିଥିଲା । ଏହାପରେ ଠକେଇ କରିବାକୁ ଯୋଜନା ପ୍ରସ୍ତୁତ କରି ହସ୍ପିଟାଲକୁ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ନାମ ନେଇ ଟଙ୍କା ମାଗିଥିଲା କିନ୍ନର ସୁଲଗ୍ନା । ଏହାପରେ ୪୬ ହଜାର ଟଙ୍କା ପଠାଇଥିଲେ ହସ୍ପିଟାଲ ମାଲିକ ।

ତେବେ ଠକାମି ହୋଇଥିବା ଜାଣିବାପରେ ହସ୍ପିଟାଲ ପକ୍ଷରୁ କଟକ ସାଇବର ଥାନାରେ ଅଭିଯୋଗ ପରେ ଗରିଫ ହୋଇଛି ନକଲି କୃଷିମନ୍ତ୍ରୀ ସୁଲଗ୍ନା । ଏହାଛଡା ବିଭିନ୍ନ ଉପାୟରେ ଶତାଧିକ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତ ସୁଲଗ୍ନା ଠାରୁ ଦୁଇଟି ଫୋନ, ଦୁଇଟି ସୀମ କାର୍ଡ ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ କରିଛି । ସେପଟେ ସୁଲଗ୍ନାଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ଏହି ଠକାମିର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ତେବେ ସେପ୍ଟେମ୍ବର ୭ ତାରିଖରେ ଏହି ଠକେଇ ହୋଇଥିବା ବେଳେ ଆଜି ଧରାପଡିଛି ଅଭିଯୁକ୍ତ କିନ୍ନର । ତାର ଘର ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳରେ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com