ଜାତୀୟ

ତଥ୍ୟ ଲୁଚାଇବା ଅଭିଯୋଗରେ ଫସିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରୁଜୁ ହେଲା ମାମଲା

ରାଜସ୍ଥାନ ବିଧାନସଭା ପାଇଁ ବଢିବାରେ ଲାଗିଛି ରାଜନୈତିକ ଉଷ୍ଣତା । ଜୋର ଧରିଛି ଆରୋପ ପ୍ରତ୍ୟାରୋପର ପର୍ବ । ବିରୋଧୀଙ୍କୁ ଆକ୍ରମଣ କରିବାରେ ସାମାନ୍ୟ ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାନ୍ତି କୌଣସି ରାଜନୈତିକ ଦଳ । ଏହାରି ଭିତରେ ଏବେ ଫସିଛିନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ହଟଚମଟ । ତେଣୁ ନିର୍ବାଚନ ଲଢିବେ ନା ଲଢିପାରିବେନି ତାକୁ ନେଇ ଚର୍ଚ୍ଚା ଜୋର । ଏବେ ନଜର ପକାନ୍ତୁ ଗେହଲଟଙ୍କ ନାଁରେ କଣ ଆସିଛି ଅଭିଯୋଗ ଆଉ ଏଭଳି ହଟଚମଟ ପଛର କାରଣ କଣ ।

ଅଶୋକ ଗେହଲଟ ତାଙ୍କର ନାମାଙ୍କନ ପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯାଗ ଆସିଛି । ଏଥିସହିତ ନିର୍ବାଚନ ଅଧିକାରୀଙ୍କ ପାଖରେ ତାଙ୍କର ନାମାଙ୍କନ ପତ୍ର ରଦ୍ଦ କରିବା ପାଇଁ ଅପିଲ କରାଯାଇଛି । ଏ ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ପବନ ପାରିକ ନାମକ ଜଣେ ବ୍ୟକ୍ତି । ଏନେଇ ସେ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇଛନ୍ତି ଏକ ଅଭିଯୋଗ ପତ୍ର । ସେଥିରେ ଉଲ୍ଲେଖ କରିଛନ୍ତି, ଅଶୋକ ଗେହଲଟ ଯିଏ କି ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଅଛନ୍ତି, ସେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ନାମାଙ୍କନ ପତ୍ରରେ ଉଲ୍ଲେଖ କରିନାହାନ୍ତି ।

ପାରିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଅପରାଧିକ ମାମଲାର ଅଧା ତଥ୍ୟ ଦେଇଛନ୍ତି ଏବଂ ଦୁଇଟି ଅପରାଧିକ ମାମଲାକୁ ଲୁଚାଇଛନ୍ତି । ପ୍ରଥମ ଅପରାଧିକ ମାମଲା ୨୦୧୫ ୮ ସେପ୍ଟେମ୍ବରରେ ଗାନ୍ଧୀ ନଗର ଥାନାରେ ରୁଜୁ ହୋଇଥିଲା । ଏହି ମାମଲା ଏବେ ବି କୋର୍ଟରେ ଅଛି ଏବଂ ଏହାର ପରବର୍ତ୍ତୀ ଶୁଣାଣି ୨୦୨୩ ନଭେମ୍ବର ୨୪ରେ ଅଛି । ସେହିପରି ୨ୟ ମାମଲା ୨୦୨୨ ମାର୍ଚ୍ଚ ୩୧ରେ ରୁଜୁ ହୋଇଥିଲା । ଏହି ମାମଲା ଏବେ ବି ରାଜସ୍ଥାନ ହାଇକୋର୍ଟରେ ପଡିଛି । ତେଣୁ ଏନେଇ ଅଭିଯୋଗକାରୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି ।

ଏଥିପାଇଁ ଅଶୋକ ଗେହଲଟଙ୍କ ବିରୋଧରେ ଧାରା ୧୭୭, ୪୧୯, ୪୨୦, ୪୬୭ ଏବଂ ୪୭୧ ଅନୁସାରେ ମାମଲା ରୁଜୁ ହେବା ଦରକାର । ଏଥିସହିତ ତାଙ୍କ ନାମାଙ୍କନ ପତ୍ର ଖାରଜ କରିବାକୁ ନିବେଦନ କରିଛନ୍ତି । ଏଠାରେ କହିରଖୁଛୁ ଯେ ଆସନ୍ତା ୨୫ରେ ରାଜସ୍ଥାନରେ ହେବ ମତଦାନ । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଥର ସରଦାପୁରା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଲଢୁଛନ୍ତି ନିର୍ବାଚନ । ତେବେ ମାମଲା ରୁଜୁ ପରେ ଗେହଲଟଙ୍କ ଉପରେ କି ପ୍ରଭାବ ପଡୁଛି ତା ଉପରେ ରହିଛି ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com