ମନୋରଞ୍ଜନ
ସାମନ୍ଥା ନିଜ ପଞ୍ଜରା ହାଡରେ ସ୍ବାମୀଙ୍କ ନାମ ଟାଟୁ କରିଥିଲେ
ବିବାହ ପରେ ସାମନ୍ଥା ନିଜ ପଞ୍ଜରା ହାଡରେ ସ୍ବାମୀଙ୍କ ନାମ ଟାଟୁ କରିଥିଲେ। ଛାଡ଼ପତ୍ର ପରେ ବି ତାଙ୍କ ଶରୀରରେ ସେହି ଟାଟୁ ରହିଥିଲା। ହେଲେ କିଛି ଦିନ ତଳେ ସେ ସେୟାର କରିଥିବା ଫଟୋରେ ସାମନ୍ଥାଙ୍କ ପଞ୍ଜରା ହାଡରେ ଟାଟୁ ନଥିବା ଦେଖିବାକୁ ମିଳିଥିଲା।
ଏହା ଦେଖିବା ପରେ ଅଭିନେତ୍ରୀ ସମ୍ପୂର୍ଣ୍ଣ ଭାବେ ସ୍ବାମୀଙ୍କୁ ଭୁଲି ସାରିଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଏବେ ସାମନ୍ଥା ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ତାଙ୍କ ପଞ୍ଜରା ହାଡ଼ରେ ଟାଟୁ ଥିବା ଦେଖିବାକୁ ମିଳିଛି।