ଅନ୍ତର୍ଜାତୀୟରାଜନୀତି

ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ଣ୍ଡନ ; ୭।୯ : ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟ କଞ୍ଜରଭେଟିଭ୍‌ ପାର୍ଟିର ନବନିର୍ବାଚିତ ନେତା ଲିଜ୍‌ ଟ୍ରସ୍‌ଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ତଥା ଫାଷ୍ଟ ଲେଡି ଅଫ୍‌ ଟ୍ରେଜେରି ନିଯୁକ୍ତ କରିଛନ୍ତି । ୪୭ ବର୍ଷୀୟା ଟ୍ରସ୍‌ ହେଉଛନ୍ତି ୬ ବର୍ଷ ମଧ୍ୟରେ କଞ୍ଜରଭେଟିଭ୍‌ ପାର୍ଟିରୁ ନିର୍ବାଚିତ ଚତୁର୍ଥ ପ୍ରଧାନମନ୍ତ୍ରୀ । ୯୬ ବର୍ଷୀୟା ସମ୍ରାଜ୍ଞୀ ଏଲିଜାବେଥ ତାଙ୍କୁ ନୂଆ ସରକାର ଗଠନ ପାଇଁ ପରାମର୍ଶ ଦେଇଥିବା ବକିଂହାମ୍‌ ପ୍ୟାସେଲ ପକ୍ଷରୁ କୁହାଯାଇଛି। ୩ ବର୍ଷ ପ୍ରଧାନମନ୍ତ୍ରୀ ରହିବା ପରେ ବିବାଦୀୟ ହୋଇ ପଦ ଛାଡ଼ିଥିବା ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ଟ୍ରସ୍‌ଙ୍କ ଆଗରେ ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି, ଶକ୍ତି ସଙ୍କଟ ଭଳି ଅନେକ ଚ୍ୟାଲେଞ୍ଜ ରହିଛି । ବ୍ରିଟେନ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଦୀର୍ଘକାଳୀନ ମାନ୍ଦାବସ୍ଥାକୁ ସାମ୍ନା କରିବାକୁ ଯାଉଛି ବୋଲି ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ପକ୍ଷରୁ ସତର୍କ କରାଯାଇଥିବାବେଳେ ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଟ୍ରସ୍‌ କେତେ ସଫଳ ହେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com