ଜାତୀୟ
ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା
ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କୋର୍ଟରେ କହିଛନ୍ତି।
ତେବେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ଅଭିଯୁକ୍ତ ବିବାହ କଲେ ବି ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ବନ୍ଦ ହେବ ନାହିଁ। ଏନେଇ କୌଣସି ଅନୁକମ୍ପା ପ୍ରଦାନ କରାଯାଇ ପାରିବ ନାହିଁ। କୋର୍ଟ କହିଛନ୍ତି ଏଫଆଇଆର ପଞ୍ଜୀକରଣ ପରେ ଉଭୟଙ୍କ ମଧ୍ୟରେ ବିବାହ ହୋଇଛି। ତେଣୁ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ମିଳି ପାରିବ ନାହିଁ।