ଜାତୀୟ

ବିନା ବାଣରେ ଦିଲ୍ଲୀରେ ପାଳନ ହେବ ଦୀପାବଳି

ନୂଆଦିଲ୍ଲୀ  ; ୭-୯ ଏଥର ବିନା ବାଣରେ ଦିଲ୍ଲୀରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବାଣ ବିକ୍ରୟ ତଥା ବ୍ୟବହାର ଉପରେ ଥିବା ପ୍ରତିବନ୍ଧକକୁ ବଳବତ୍ତର ରଖିଛନ୍ତି । ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଏଥର ଅନଲାଇନ୍ ବାଣ ବିକ୍ରୟ ଏବଂ ବିତରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ପ୍ରଦୂଷଣ ବିପଦ କାରଣରୁ ବାଣ ଫୁଟାଇବା ଉପରେ ବ୍ୟାନ୍‌ ନିଷ୍ପତ୍ତିକୁ ବଜାୟ ରଖାଯାଇଥିବା ମନ୍ତ୍ରୀ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହା ଏକ ବଡ଼ ପ୍ରୟାସ ହେବ । ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ଏବଂ ସହଯୋଗ କରିବା ପାଇଁ ଦିଲ୍ଲୀ ପୋଲିସ ଉପରେ ଦାୟିତ୍ୱ ନ୍ୟସ୍ତ କରାଯିବ । ଯେଉଁମାନେ ନିୟମ ବିରୋଧରେ ଯାଇ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com