ରାଜନୀତି

୨୦୧୮ ଅପେକ୍ଷା ମଧ୍ୟପ୍ରଦେଶ ଓ ଛତିଶଗଡରେ କମିଲା ଭୋଟ ହାର । ଜାଣନ୍ତୁ କେତେ ରହିଛି ଭୋଟିଂ ପ୍ରତିଶତ ।

ମଧ୍ୟପ୍ରଦେଶ ଓ ଛତିଶଗଡରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ମଧ୍ୟପ୍ରଦେଶର ୨୩୦ଆସନ ଓ ଛତିଶଗଡର ୨ୟ ପର୍ଯ୍ୟାୟରେ ୭୦ଆସନ ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ସରିଛିି ମତଦାନ । ଏଥର ମଧ୍ୟପ୍ରଦେଶରେ ମୋଟ ୭୨ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡିଛି ।

ତେବେ ୨୦୧୮ରେ ମୋଟ ୭୫.୬୩ପ୍ରତିଶତ ଭୋଟ ହୋଇଥିଲା । ଯାହା ପୂର୍ବ ଅପେକ୍ଷା ୪.୨୨ପ୍ରତିଶତ କମ ହୋଇଥିବା ଜଣାପଡିଛି । ଏଥର ସାଇଲାନା ବିଧାନସଭା ଆସନରେ ସର୍ବାଧିକ ମତଦାନ ୮୫.୪୯ ପ୍ରତିଶତ ଏବଂ ବିନ୍ଦ ବିଧାନସଭା ଆସନରେ ସର୍ବନିମ୍ନ ଭୋଟ ହାର ୫୦.୪୧ ପ୍ରତିଶତ ଥିଲା। ନକ୍ସଲ ପ୍ରଭାବିତ ବାଲାଘାଟରେ ୭୯.୭୮ ପ୍ରତିଶତ, ମାଣ୍ଡଲାରେ ୭୧.୫୨ ପ୍ରତିଶତ ଏବଂ ଡିଣ୍ଡୋରିରେ ୭୮.୩୦ ପ୍ରତିଶତ ମତଦାନ ହୋଇଛି।

ସେହିପରି ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୭୫.୦୮ପ୍ରତିଶତ ମତଦାନ ହୋଇଛି । ଯାହା ୨୦୧୮ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ତୁଳନାରେ ୧.୮ପ୍ରତିଶତ କମ । ଗତ ନିର୍ବାଚନରେ ରାଜ୍ୟରେ ୭୬.୮୮ ପ୍ରତିଶତ ଭୋଟର ସାବ୍ୟସ୍ତ କରିଥିଲେ ମତାଧିକାର । ତେବେ ଉଭୟ ରାଜ୍ୟରେ ଭୋଟ ପ୍ରତିଶତ ହାରକୁ ନେଇ ଏବେ ଚାଲିଛି ନାନା କଳ୍ପନାଜଳ୍ପନା । ଆଉ ଜନମତ କାହା ସପକ୍ଷରେ ଯାଇଛି ତାହାକୁ ଅପେକ୍ଷା ।

Related Articles

Back to top button
WP Twitter Auto Publish Powered By : XYZScripts.com