ସ୍ୱାସ୍ଥ୍ୟ
ପଟିଆ ଯିବ କ୍ୟାପିଟାଲ ହସ୍ପିଟାଲ

ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।
ଏଥିରେ ହସ୍ପିଟାଲର ଶଯ୍ୟା ସଂଖ୍ୟା ୪ଗୁଣା ବୃଦ୍ଧି ପାଇବ । ଏଥିଲାଗି ପଟିଆ-ଚନ୍ଦ୍ରଶେଖରପୁର-ଗାଡ଼କଣ ଅଞ୍ଚଳରେ ୩୫ ଏକର ଜାଗା ଯୋଗାଇଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି।