ମନୋରଞ୍ଜନ

ଦୀପିକା ପାଦୁକୋନଙ୍କ ନାମରେ ଅଭିଯୋଗ ଆଣିଲେ ଅଭିନେତା ବୁଦ୍ଧାଦିତ୍ୟେ

ଚଳିତ ବିଶ୍ୱକପରେ ଭାରତର ଅପରାଜେୟ ଧାରା ଚୁର ମାର ହୋଇଛି । ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ସ୍ୱୀକାର କରିଛି । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ଅଲଆଉଟ ହେବା ସହ ଶୋଚନୀୟ ପରାଜୟ ହୋଇଛି ।

୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଟ୍ରଫି ହାତେଇ ନେଇଛି କଙ୍ଗାକୁ ଟିମ । ରବିବାର ଖେଳା ଯାଇଥିବା ୨୦୨୩ ବିଶ୍ୱକପରେ ପରାଜୟ ହୋଇଛି ଭାରତା ଟିମ ଇଣ୍ଡିଆର ବିଶ୍ୱକପ ଆଶା ଧୁଳିସାତ ହେବା ପରେ ସବୁ ମହଲରେ ଖେଳିଯାଇଥିଲା ଶୋକର ବାତାବରଣ । ଏମିତିକି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ରହି ଦେଖୁଥିବା ଏକ ଲକ୍ଷ ୩୦ ହଜାର ଦର୍ଷକ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ । ସମସ୍ତଙ୍କ ଆଖିରେ ଭରି ଆସିଥିଲା ଲୁହ ।

ଫ୍ୟାନ୍ସ ମାନଙ୍କର ଇମୋସନକୁ କ୍ୟାମେରାରେ ମଧ୍ୟ କଏଦ କରାଯାଇଥିଲା । ଯେଉଁଥିରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ସ୍ପଟ ହୋଇଥିଲେ । ଆଉ ସବୁଠୁ ବଡ କଥା ହେଉଛି । ଯେତେବେଳେ ଷ୍ଟାଡିୟମ ଭିତରେ ଭାରତ ହାରିବା ନେଇ ସମସ୍ତଙ୍କ ମନ ଭାଙ୍ଗି ଯାଇଥିଲା ଆଉ ସମସ୍ତେ ଉଦାସ ଥିଲେ ସେହିସମୟରେ ଦୀପିକାଙ୍କ ହସ ହସ ଚେହେରା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି ।

ଏହାକୁ ନେଇ ଜଣାଶୁଣା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଦିପିକାଙ୍କୁ ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି । ବୁଦ୍ଧାଦିତ୍ୟା ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି , ଷ୍ଟାଡିୟମରେ ୧.୫ ଲକ୍ଷ ଲୋକ ମ୍ୟାଚକୁ ନେଇ ସିରିୟସ ଥିବା ବେଳେ ଏଠାରେ କିନ୍ତୁ ଦୀପିକାହିଁ ଜଣେ ଯିଏ ହସୁଛନ୍ତି ।

ତେବେ ଏହି ଫଟୋରେ ଦିପିକାଙ୍କ ନିକଟରେ ସ୍ୱାମୀ ରଣବୀର ସିଂ, ବଲିଉଡ ବାଦସାହା ସାହାରୁଖ ଖାନ, ଗୌରୀ ଖାନ, ଆରିଆନ ଖାନ, ସୁହାନା ଖାନ, ସନୟା କପୁର ଏବଂ ଆୟୁଷ୍ମାନ ଖୁରାନାଙ୍କ ଭଳି ବହୁ କଳାକାର ମ୍ୟାଚକୁ ନେଇ ସିରିଏସ ଭାବେ ବସିଥିବା ବେଳେ । ଦୀପିକା କିନ୍ତୁ ସ୍ମାଇଲିଂ ଫେସରେ ବସିଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com