ମନୋରଞ୍ଜନ

ହଲ୍‌ ଉଠେଇବ ପକେଇବ ସିଂଘମ୍‌… ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିବା ପରେ ‘ସିଂଘମ ଏଗେନ’କୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ..

ଗୋଟିଏ ସିଂହ ଆତଙ୍କ ସୃଷ୍ଟି କରେ । ଆହତ ସିଂହ ବିନାଶର କାରଣ ହୁଏ । ସାମ୍ନାକୁ ଆସିଲା ଫିଲ୍ମ ସିଂଘମ ଏଗେନରେ ପ୍ରଥମ ଝଲକ । ଅଜୟ ଦେବଗନଙ୍କ ଫାଷ୍ଟ ଲୁକ ଏବେ ଶୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ଏହା ସମ୍ନାକୁ ଆସିବା ପରେ ଫ୍ୟାନ୍ସମାନଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ରୋହିତ ସେଠୀ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ ସେୟାର କରି ଲେଖିଛନ୍ତି ସିଂହ ଆତଙ୍କ ସୃଷ୍ଟି କରେ । ଆହତ ସିଂହ ବିନାଶ ସୃଷ୍ଟି କରେ । ସମସ୍ତଙ୍କ ପ୍ରିୟ ପୋଲିସବାଲା ବାଜିରାଓ ଏବଂ ସିଂଘମ ପୁଣି ଫେରିଆସିଛି । ସିଂଘମ ଏଗେନ ଜରିଆରେ । ତେବେ ଅଜୟ ଦେବଗନଙ୍କ ଫିଲ୍ମ ସିଂଘମ ଏଗେନରେ ଅଜୟଦେବଗନ ଫାଷ୍ଟ ଲୁକ ଦେଖିବା ପରେ ପ୍ରଶଂସକ ଖୁବ ଏକ୍ସାଇଟେଡ ଅଛନ୍ତି । ଏବଂ ରୋହିତ ସେଟ୍ଟୀଙ୍କ ପୋଷ୍ଟ ଉପରେ ଅନେକ କମେଣ୍ଟ କରିଛନ୍ତି । ଜଣେ ୟୁଜର ସୁପର ସାର ଲେଖିବା ସହ ଫାୟାର ଇମୋଜୀ ପୋଷ୍ଟ କରିଛନ୍ତି । ସେହିପରି ଆଉ ଜଣେ ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ ବୋଲି କମେଣ୍ଟ କରିଛନ୍ତି ।

ସିଂଘମ ଏଗେନରେ ରୋହିତ ସେଟ୍ଟୀ ନିର୍ଦ୍ଦେଶନା ଦେଇଥିବାବେଳେ ଏହା ହେଉଛି ସଂହମ ଫ୍ରେଞ୍ଚାଇଜର ତୃତୀୟ ଚଳଚ୍ଚିତ୍ର । ଅଜୟ ଦେବଗନ, ବାଜିରାଓ ଏବଂ ସିଂଘମ ଭୂମିକାରେ ନଜିର ଆସିବେ । ତେବେ ଅଜୟ ଦେବଗନଙ୍କ ଏହି ଚରିତ୍ରକୁ ଖୁବ ପସନ୍ଦ କରାଯାଉଛି ।

ସେହିପରି ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ କରୀନା କପୁର ଏହି ଫିଲ୍ମରେ ଫିମେଲ ଲିଡରେ ନଜର ଆସିବେ । ନିକଟରେ ଅଜୟ କରୀନାଙ୍କ ଲୁକ୍ ସେୟାର କରିଥିଲେ । କରୀନାଙ୍କ ଫଟୋ ସେୟାର କରି ଅଜୟ ଲେଖିଥିଲେ ଭୟଙ୍କର, ଶକ୍ତିଶାଳୀ ଏବଂ ସିଂଘମଙ୍କ ଶକ୍ତି, ଅବନୀ ସିଂଘମ । ଆଉ ଅଜୟ ଦେବଗନ ସେୟାର କରିଥିବା ଫଟୋରେ କରୀନା ହାତରେ ବନ୍ଧୁକ ଆଉ ମୁହଁରେ ଆଘାତି ଚିହ୍ନ ରହିଥିବା ଦେଖିବାକୁ ମିଳିଛି ।

ସେହିପରି କରୀନାଙ୍କ ବ୍ୟତୀତ ିଲ୍ମରେ ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ର ମଧ୍ୟ ନଜିର ଆସିବେ । ଯଦି ସିଂଘମ ଏଗେନର ରିଲିଜ ଡେଟ୍ କଥା କହିବା ତେବେ ୧୫ ଅଗଷ୍ଟ ୨୦୨୪ରେ ସିଂଘମ ଏଗେନ ପ୍ରୋକ୍ଷାଳରେ ମୁକ୍ତିଲାଭ କରିବାକୁ ତାରିଖ ସ୍ଥିର ହୋଇଛି । ଆଉ ଏହି ଫିଲ୍ମକୁ ଟକ୍କର ଦେବ ଅଲ୍ଲୁ ଅର୍ଜ୍ଜୁନଙ୍କ ଫିଲ୍ମ ପୁଷ୍ପା-୨ । ତେବେ ଉଭୟ ଫିଲ୍ମ କେହି କାହା ଠୁ କମ୍ ନଥିବା ବେଳେ କିଏ ଜିତିବ ଦର୍ଶକଙ୍କ ହୃଦୟ ତାହା ଫିଲ୍ମ ରିଲିଜ ହେଲା ପରେ ହିଁ ଜଣାପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com