ଜୟନାରାଣ ମିଶ୍ରଙ୍କ ପାଇଁ ଅଡୁଆ । ୨୦୨୪ରେ ଟିକେଟ କଟିବା ନେଇ ଚର୍ଚ୍ଚା ।
ପାଖେଇ ଆସିଲାଣି ୨୦୨୪ସାଧାରଣ ନିର୍ବାଚନ । ଏନେଇ ରାଜ୍ୟର ବିଭିନ୍ନ ବିଧାନସଭା ଆସନକୁ ନେଇ ଚର୍ଚ୍ଚା ଜୋର । ଅନେକ ରାଜନୈତିକ ବିଶେଷଜ୍ଞ ବି କଲେଣି ଆକଳନ ।
ଏନେଇ ପୂର୍ବରୁ ଅନେକ ଆସନର ଗଣିତକୁ ନେଇ ଅଙ୍କ କଷିଛି ମୋବାଇଲ ନୁ୍ୟଜ ୨୪/୭ । ଯେଉଁଥିରେ ଚର୍ଚ୍ଚିତ ବିଧାନସଭା ଆସନକୁ ନେଇ କରାଯାଇଛି ବିଶ୍ଲେଷଣ । ଏହି କ୍ରମରେ ଆଜି ଆଲୋଚନା କରିବା ସମ୍ବଲପୁର ବିଧାନସଭା ଆସନ ବିଷୟରେ । ଆଗାମୀ ନିର୍ବାଚନରେ ଏହି ଆସନରୁ କିଏ ହେବ ପ୍ରାର୍ଥୀ ସେ ନେଇ ସବୁଦଳରେ ଏବେଠୁ ଲବି ଜୋର । ଏହାରି ଭିତରେ ବର୍ତମାନ ବିଧାୟକ ତଥା ବିଜେପିର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ଚର୍ଚ୍ଚା ଜୋର । ଶୁଣିବାକୁ ମିଳୁଛି ଏଥର କୁଆଡେ ବିଜେପିର ଏହି ବରିଷ୍ଠ ନେତା ଲଢି ନ ପାରନ୍ତି ନିର୍ବାଚନ । ଏମିତି କି ଏଥର ତାଙ୍କୁ ଟିକେଟ ଦେଇ ନପାରେ ଦଳ । ତେବେ ଏଭଳି ଚର୍ଚ୍ଚା ଓ ଆଲୋଚନା ପଛରେ କାରଣ କଣ ଆସନ୍ତୁ ନଜର ପକାଇବା ।
୧- କୁହାଯାଉଛି ଜୟନାରାଣ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି । ଯେଉଁଥି ପାଇଁ ବିଧାନସଭାର ଚଳିତ ଶୀତ ଅଧିବେଶନରେ ବି ସେ ଆକ୍ଟିଭ ନାହାନ୍ତି । ତେଣୁ ତାଙ୍କର ଅଧିକାଂଶ ଦାୟିତ୍ୱ ତୁଲାଉଛନ୍ତି ବିଜେପିର ଜିଲ୍ଲା ସଭାପତି ଗିରିଶ ପଟେଲ । ଦଳର ସାଂଗଠନିକ ବ୍ୟାପାର ଏବଂ ଏମଏଲଏଙ୍କ ପାଇଁ କିଛି କାର୍ଯ୍ୟ କରୁଛନ୍ତି ଗିରିଶ । ତେଣୁ ଜୟଙ୍କୁ ଟିକେଟ ନ ମିଳିବାର ଇଏ ଏକ ପ୍ରମୁଖ କାରଣ ।
୨-ଜୟନାରାୟଣ ମିଶ୍ରଙ୍କ ନାଁରେ ଅପରାଧିକ ମାମଲା ଥିବା ଅଭିଯୋଗ ରହିଛି । ଯେଉଁଥିପାଇଁ ଏବେ କୋର୍ଟରେ ରହିଛି ମାମଲା । ତେଣୁ ଜୟନାରାୟଣଙ୍କ ନାଁରେ କ୍ରିମିନାଲ କେସ ରହିଥିବାରୁ ମିଳି ନପାରେ ଟିକେଟ ।
୩- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣଙ୍କ ଅଡୁଆ ରାଜନୀତି । ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ହେଲେ ଜୟନାରାୟଣ ଏହି ନିଷ୍ପତ୍ତିରେ ଅମଙ୍ଗ ।
କାରଣ ଯଦି ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ଏଣ୍ଟ୍ରି କରନ୍ତି ତେବେ ଜୟନାରାୟଣ ତାଙ୍କର ଓଜନ ହରାଇବ ଅନୁମାନ ।ତେବେ ଏସବୁ ପରେ ଯଦି ଧର୍ମେନ୍ଦ୍ର ମଇଦାନକୁ ଆସନ୍ତି ତେବେ ଜୟଙ୍କ ଟିକେଟ କଟିବା ସୁନିଶ୍ଚିତ୍ ।
୪- ସୁରେଶ ପୁଜାରୀଙ୍କ ସହ କଳି । ବରଗଡ ଏମପି ସୁରେଶ ପୁଜାରୀ । ତାଙ୍କ ଘର ସମ୍ବଲପୁର ଥିବାରୁ ସେଠାକାର ରାଜନୀତିରେ ରହିଛି ବେଶ ଦବଦବା । ଏଦୃଷ୍ଟିରୁ ଜୟନାରାୟଣଙ୍କୁ ମିଳି ନ ପାରେ ଟିକେଟ ।
କିନ୍ତୁ ଏସବୁ ସତ୍ୱେ ସିଟିଂ ଏମଏଲଏଙ୍କୁ ରିପିଟ କରିବା ପାଇଁ ବିଜେପି ଯଦି ନିତିଗତ ନିଷ୍ପତି ନିଏ ତେବେ ନିର୍ବାଚନ ଳଢିପାରନ୍ତି ଜୟନାରାୟଣ । ନଚେତ ସମ୍ବଲପୁରରେ ବିଜେପି ଦେଇପାରେ ନୁଆ ମୁହଁ ।