ଅନ୍ତର୍ଜାତୀୟଜାତୀୟ

ହାଇ ହିଲ୍ସ ସହ କାଚ ଗ୍ଲାସ୍‌ ଧରି କାର୍ଟୱିଲ୍ ଜମ୍ପ୍ କଲେ ଯୁବତୀ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ() ବର୍ତ୍ତମାନ ସୋସିଆଲ୍‌  ମିଡିଆର ଯୁଗ । ଯାହାକୁ ଦେଖିବ ଫୋନରେ ଲାଗି ରହିଛନ୍ତି । କିଏ ଭିଡିଓ ବନାଉଛି ତ କିଏ ଫଟୋ । ହେଲେ ସୋସିଆଲ ମିଡିଆରେ ଆପଣ ନିଶ୍ଚୟ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିଥିବେ।  କିନ୍ତୁ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମଧ୍ୟ ଚକିତ ହୋଇଯିବେ।  ଏହି ଭିଡିଓରେ, ଯୁବତୀ ଜଣଙ୍କ ହାତରେ ଏକ ଗ୍ଲାସ୍ ଧରି ହାଇ ହିଲରେ କାର୍ଟୱିଲ୍ ଜମ୍ପ୍ କରୁଥିବା ଦେଖିବାକୁ ମିଳୁଛି । ଯୁବତୀଙ୍କ ଏହି ଭିଡିଓ ଦେଖିଲେ ଲୋକମାନେ ସଭିଏଁ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

ତେବେ ହାଇ ହିଲ୍ ପିନ୍ଧି ଚାଲିବା ତ ଖୁବ୍‌ କଷ୍ଟକର ହେଲେ ଭିଡିଓରେ ଯୁବତୀ ଜଣଙ୍କ ହାଇ ହିଲ୍ ପିନ୍ଧିଛନ୍ତି । କେବଳ ସେତିକି ନୁହେଁ ପୁଣି ଗୋଟିଏ ହାତରେ ଏକ କାଚ ଗ୍ଲାସ୍ ସହିତ ହାଇ ହିଲ୍ସରେ କାର୍ଟୱିଲ୍ କରୁଥିବା ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯୁବତୀଟି ଗ୍ଲାସରେ କିଛି ରଖିଛି, ଯାହାକୁ ଡେଇଁବା ପରେ ପିଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଯୁବତୀଙ୍କର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ନିଆଁ ଲଗାଉଛି ।

Related Articles

Back to top button