![](https://i0.wp.com/odia.mobilenews24x7.com/wp-content/uploads/2023/11/Milk.jpg.webp?resize=650%2C442&ssl=1)
ଚଳିତ ବର୍ଷଠାରୁ ଓଡ଼ିଶାରେ ପାଳନ ହେଉଛି ଜାତୀୟ ଦୁଗ୍ଧ ଦିବସ । ଓଡ଼ିଶାରେ ଗତ ଦୁଇ ଦଶନ୍ଧିରେ ତିନି ଗୁଣ ବଢିଛି ଦୁଗ୍ଧ ଉତ୍ପାଦନ । ରାଜ୍ୟରେ ଦୈନିକ ୬୬ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ।
ଦୁଗ୍ଧ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସହାୟତା ରାଶି ୫୦ ଲକ୍ଷରୁ ଏକ କୋଟି ଟଙ୍କା କରାଯାଇଛି। କ୍ଷୁଦ୍ର ଡେୟାରି ୟୁନିଟକୁ ଗୋଟେ ମଇଁଷି ଓ ଡେୟାରି କରିବାକୁ ଦୁଇଟି ମଇଁଷି ପାଳନ ପାଇଁ ୧ଲକ୍ଷ ୧୮ ହଜାର ଟଙ୍କା ସବସିଡି ବ୍ୟବସ୍ଥା କରାଯାଉଛି ।