ନୂଆଦିଲ୍ଲୀ() ବିଦେଶ ଯାତ୍ରା କରିପାରିବେ ସାମ୍ବାଦିକା ରାଣା ଆୟୁବ। ବିଦେଶ ଯାତ୍ରା ପାଇଁ ସୋମବାର ରାଣାଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ରାଣା ଆୟୁବଙ୍କୁ ବିଦେଶ ଗସ୍ତ ବେଳେ ତାଙ୍କୁ ଅଟକାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ରାଣା। କୋର୍ଟ ମାମାଲାର ଶୁଣାଣି କରି ରାଣାଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି।
ଆୟୁବଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା ଲଢ଼ୁଥିଲେ ଓକିଲ ବ୍ରୃନ୍ଦା ଗ୍ରୋଭର। ମାମଲା ଲଢ଼ିଲା ବେଳେ ବୃନ୍ଦା କୋର୍ଟରେ ଯୁକ୍ତି ରଖି କହିଥିଲେ ଯେ ତାଙ୍କ ମହକିଲ ରାଣା ସବୁବେଳେ ଇଡିଙ୍କ ସମ୍ପର୍କରେ ରହିଛନ୍ତି। ଏବଂ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି ମଧ୍ୟ ଅଛନ୍ତି। ତେବେ କାହିଁକି ତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବୃନ୍ଦା ହାଇକୋର୍ଟରେ ତର୍କ ରଖିଥିଲେ।
ଏପଟେ ଇଡିର କହିବା କଥା ହେଲା ରାଣାଙ୍କ ବିରୋଧରେ ଯେଉଁ ଦୁର୍ନୀତି ମାମଲା ଚାଲିଥିବା ସେ ସେଥିରୁ ଖସିଯିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ତଦନ୍ତରେ ଆସୁ ନାହାଁନ୍ତି ବୋଲି ଇଡି ଅଭିଯୋଗ କରିଛି। ହେଲେ ରାଣାଙ୍କ ଓକିଲ ବୃନ୍ଦା କିନ୍ତୁ ଇଡିରି ଏହି ଦାବିକୁ କୋର୍ଟରେ ଖାରଜ କରିଛନ୍ତି।