ବାଣିଜ୍ୟ

ଓଡିଶା ଅମଲା ସଂଘ ଗଞ୍ଜାମ ଶାଖାର ଜରୁରୀ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ୧୦/୦୮/୨୦୨୨-   ଓଡିଶା ଅମଲା ସଂଘ ଗଞ୍ଜାମ ଶାଖାର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ସୁଦାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏନଜିଓ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।  ସଭାରେ ମୁଖ୍ୟତଃ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଅବଲମ୍ବନକୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା । ୫ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଅହେତୁକ ବିଳମ୍ବ ଯୋଗୁଁ ରାଜ୍ୟରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ସ୍ନାତକ ଯୋଗ୍ୟତା ଆଉ ଅନ୍ୟ ବର୍ଗ କର୍ମଚାରୀଙ୍କୁ ରାଜ୍ୟ ସରକାର ୯୩୦୦ ଟଙ୍କା ଦରମା ଏବଂ ଗ୍ରେଡପେ ୪୨୦୦ଟଙ୍କା ପ୍ରଦାନ କରୁଥିବା ବେଳେ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ଜିଲ୍ଲା ସ୍ତରୀୟ ଅମଲା ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ । ଅନ୍ୟ ଦାବି ମଧ୍ୟ  ଠିକା ନିଯୁକ୍ତି ପ୍ରଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଚଳନ, ପୁରାତନ ପେନସନ ଯୋଜନା ପ୍ରଚଳନ କରିବା ସହ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରମୋସନ ପାଇଁ  ଉପ ବିଭାଗ ଅଧିକାରୀ ୬୭୧ ପଦବୀ ଉଚ୍ଛେଦ ହୋଇଥିବାକୁ ପୁନର୍ବାର ସ୍ଥାପନ କରିବା, ୭ମ ବେତନ କମିଶନ ଅନୁଯାୟୀ ଘରଭଡା ପ୍ରଦାନ ଇତ୍ୟାଦି ଦାବି ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ରାଜ୍ୟ ସାଧାରଣ ସଂପାଦକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଏନଜିଓ ସଂପାଦକ କିରଣ କୁମାର ପାଢୀ,  ସଭାପତି ସମୀର ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com