ରାଜନୀତି
ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ
![](https://i0.wp.com/odia.mobilenews24x7.com/wp-content/uploads/2023/11/vvopat-1538242994.jpg?resize=400%2C274&ssl=1)
ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଏହା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ।
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ନୂଆବର୍ଷ ଠାରୁ ଗରିବଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାଶନ ସାମଗ୍ରୀ ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ମୋଦୀ ସରକାରଙ୍କ ଏହି ଘୋଷଣା ଫଳରେ ଦେଶର ୮୧ କୋଟି ଗରିବ ହିତାଧିକାରୀ ଲାଭବାନ ହେବେ ।