Breaking NewsFeaturedରାଜନୀତି

ବିରୋଧୀଙ୍କ ମିଳିତ ମେଂଟ ଆଇଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖଡଗେ । ଇସାରା ଦେଲେ ସୋନିଆ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କି ନୀତୀଶ କୁମାର ନୁହଁନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ବିରୋଧୀଙ୍କ ମିଳିତ ମେଂଟ ଆଇଏନଡିଏର ପ୍ରଧାନମନ୍ତ୍ରୀ ଚେହେରା ଖଡଗେ ହେବା ନେଇ ମିଳିଛି ସଂକେତ । ସୋନିଆ ଗାନ୍ଧୀ ଏନେଇ ସଂକେତ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚା ପଛରେ କାରଣ କଣ ଆସନ୍ତୁ ଜାଣିବା । ଏଠାରେ କହିରଖୁଛୁ ଯେ, ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ପରେ ଏବେ ଡିସେମ୍ବର ୩କୁ ଅପେକ୍ଷା । ଏହାପରେ ଆଗାମୀ ଲୋକସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ସମସ୍ତ ଦଳ । ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଅଂଟା ଭିଡିଲେଣି ପ୍ରମୁଖ ଦଳ ଏନଡିଏ ଓ ବିରୋଧୀଙ୍କ ମିଳିତ ମେଂଟ ଆଇଏନଡିଏ ।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢିବ ବିଜେପି ନେତୃତ୍ୱାଧିନ ଏନଡିଏ । କିନ୍ତୁ ସମସ୍ତ ୨୮ଟି ବିରୋଧୀ ଦଳଙ୍କୁ ନେଇ ଗଠିତ ମେଂଟ ଆଇଏନଡିଏ ର ପ୍ରଦାନମନ୍ତ୍ରୀ କିଏ ହେବ ସେନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଏପରିକି ରାହୁଲ ଗାନ୍ଧୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଗକୁ ଆସିଥିଲା । କିନ୍ତୁ ଏମାନକୁ ପଛରେ ପକାଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ହୋଇପାରନ୍ତି ମିଳିତ ମେଂଟର ପ୍ରଧାନମନ୍ତ୍ରୀ । ସୋନିଆ ଗାନ୍ଧୀଙ୍କ ସମେତ ବିଶିଷ୍ଟ ବିରୋଧୀଦଳ ନେତାମାନେ ୨୦୨୪ ଲୋକସଭା ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି।

ନୂଆଦିଲ୍ଲୀରେ ‘ମଲ୍ଲିକାର୍ଜୁନ ଖାର୍ଗେ: ପଲଟିକାଲ ଏନଗେଜମେଣ୍ଟ ଓ୍ବିଥ୍ କମ୍ପାଶନ,ଜଷ୍ଟିସ ଆଣ୍ଡ ଇନକ୍ଲୁଶିଭ ଡେଭଲପମେଣ୍ଟ’ ଉପରେ ଲେଖାଯାଇଥିବା ପୁସ୍ତକ ଉନ୍ମୋଚନ ସମୟରେ ଏହି କଥା ସାମ୍ନାକୁ ଆସିଛି। ବିରୋଧୀଦଳର ନେତାମାନେ ମଧ୍ୟ ଇଣ୍ଡିଆ ମେଣ୍ଟର ଏକତାକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ନେତା ମତ ଦେଇଛନ୍ତି ଖାର୍ଗେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବା ଉଚିତ। ସୋନିଆ ଗାନ୍ଧୀ କହିଛନ୍ତି ଭାରତର ଆତ୍ମା ପାଇଁ ଏହି ଐତିହାସିକ ଯୁଦ୍ଧରେ କଂଗ୍ରେସ ଦଳର ନେତୃତ୍ୱ ନେବାକୁ ଖାର୍ଗେ ସର୍ବୋତ୍ତମ ତଥା ଉପଯୁକ୍ତ।

Related Articles

Back to top button
WP Twitter Auto Publish Powered By : XYZScripts.com