Breaking NewsFeaturedରାଜନୀତି

ସିଭିସି ରିପୋର୍ଟ ସବୁଠି କରପସନ

ସବୁଠି କରପସନ, ଗୃହ ମନ୍ତ୍ରଣାଳୟ ଠାରୁ ଆରମ୍ଭ କରି ରେଳବାଇ । ଏମିତିକି ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ବି ସର୍ବାଧିକ ଅଭିଯୋଗ ଆସିଛି । ୨୦୨୨ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଥିଲା । ଗୃହ ମନ୍ତ୍ରଣାଳୟ ପରେ ପରେ ରେଳବାଇ ଏବଂ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ହୋଇଥିଲା ଅଧିକ ଦୁର୍ନୀତି ଅଭିଯୋଗ । ଏକଥା ଆମେ କହୁନୁ ବରଂ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ବା ସିଭିସି ରିପୋର୍ଟରେ ଯାହା ଦର୍ଶା ଯାଇଛି ଆମେ ତାକୁ ଉପସ୍ଥାପନ କରୁଛୁ ।

ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ କେନ୍ଦ୍ର ସରକାରଙ୍କ ସବୁ ବିଭାଗ ଓ ସଂସ୍ଥାର ସମସ୍ତ ବର୍ଗର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ମୋଟ ଏକ ଲକ୍ଷ ୧୫ ହଜାର ୨୦୩ଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୮୫ ହଜାର ୪୩୭ ଅଭିଯୋଗର ସମାଧାନ ହୋଇଥିବା ବେଳେ ୨୯ ହଜାର ୭୬୬ଟି ମାମଲା ବିଚାରଧିନ ରହିଛି । ସେହିପରି ସେଥିମଧ୍ୟରୁ ୨୨ ହଜାର ୩୪ଟି ମାମଲା ୩ ମାସରୁ ଅଧିକ ଦିନ ଧରି ବିଚାରଧିନ ରହିଛି । ଏଠି କହିରଖୁଛୁ ଯେ ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ଅଭିଯୋଗର ତଦନ୍ତ ୩ ମାସ ମଧ୍ୟରେ କରିବାକୁ ସିଭିସି ସମୟ ସୀମା ଧାର୍ଯ୍ୟ କରିଛି । କିନ୍ତୁ ବିଭିନ୍ନ ସରକାରୀ ବିଭାଗ ବିରୋଧରେ ଦୁର୍ନୀତି ଅଭିଯୋଗ ତିନି ମାସରୁ ଆଧିକ ସମୟ ଧରି ନାଲିଫିତା ତଳେ ପଡିରହିଛି ।

୨୦୨୨ରେ ଗୃହ ମନ୍ତ୍ରଣାଳୟ ଏହାର କର୍ମଚାରୀଙ୍କ ବିରୋଧରେ ୪୬ ହଜାର ୬୪୩ଟି ଅଭିଯୋଗ ଗ୍ରହଣ କରିଥିବା ବେଳେ ରେଳବାଇ ୧୦ ହଜାର ୫୮୦ ଏବଂ ବ୍ୟାଙ୍କ ଦ୍ୱାରା ୮ ହଜାର ୧୨୯ ଟି ଅଭିଯୋଗ ଗ୍ରହଣ କରାଯାଇଛି । ସେହିପରି ସିଭିସି ରିପୋର୍ଟରେ କୁହାଯାଇଛି ଯେ ଗୃହ ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ ହୋଇଥିବା ମୋଟ ଅଭିଯୋଗ ମଧ୍ୟରୁ ୨୩ ହଜାର ୯୧୯ ମାମଲାର ଫୈସଲା ହୋଇଥିବା ବେଳେ ୨୨ ହଜାର ୭୨୪ଟି ମାମଲା ବିଚାରଧିନ ରହିଛି । ସେଥିମଧ୍ୟରୁ ୧୯ ହଜାର ୧୯୮ଟି ମାମଲା ୩ ମାସରୁ ଅଧିକ ସମୟ ଧରି ବିଚାରଧିନ ଅଛି । ସେହିପରି ରେଳବାଇ ୯ ହଜାର ୬୬୩ଟି ମାମଲା ସମାଧାନ କରିଥିବା ବେଳେ ୯୧୭ଟି ବିଚାରଧିନ ରହିଛି ସେଥିମଧ୍ୟରୁ ମତ୍ର ୯ଟି ମାମଲାର ସମାଧାନ ପାଇଁ ୩ ମାସରୁ ଅଧିକ ସମୟ ଲାଗିଥିଲା । ଅନ୍ୟପଟେ ବ୍ୟାଙ୍କ ଗୁଡିକରେ ହୋଇଥିବା ଦୁର୍ନୀତି ମଧ୍ୟରୁ ୭ ହଜାର ୭୬୨ ଟି ମାମଲାର ସମାଧା ହୋଇଥିବା ବେଳେ ୩୬୭ଟି ବିଚାରଧିନ ରହିଛି । ସେଥିମଧ୍ୟରୁ ୭୮ ଟି ମାମଲା ୩ ମାସରୁ ଅଧିକ ସମୟ ନେଇଥିଲା ।

ସେହିପରି ରିପୋର୍ଟରେ କୁହାଯାଇଛି ଯେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ, ଦିଲ୍ଲୀ ବିକାଶ ପ୍ରାଧିକରଣ, ଦିଲ୍ଲୀ ମେଟ୍ରୋ ରେଳ ନିଗମ, ଦିଲ୍ଲୀ ସହରୀ କଳା ଆୟୋଗ, ହିନ୍ଦୁସ୍ତାନ ପ୍ରିଫାବ ଲିମିଟେଡ, ଗୃହ ଏବଂ ନଗର ଉନ୍ନୟନ ନିଗମ ଲିମିଟେଡ, ଏନବିସିସି ଏବଂ ଏନସିଆର ଯୋଜନା ବୋର୍ଡର କର୍ମଚାରୀଙ୍କ ବିରୋଧରେ ୪ ହଜାର ୭୧୦ଟି ଅଭିଯୋଗ ଆସିଛି । ତେବେ ସିଭିସି ରିପୋର୍ଟ ଅନୁସାରେ କୋଇଲା ମନ୍ତ୍ରଣାଳୟ ବିରୋଧରେ ୪ ହଜାର ୩୦୪, ଶ୍ରମ ମନ୍ତ୍ରଣାଳୟ ବିରୋଧରେ ୪ ହଜାର ୨୩୬ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ବିରୋଧରେ ୨ ହଜାର ୬୧୭ଟି ଦୁର୍ନୀତି ଅଭିଯୋଗ ଆସିଛି ।

ସେହିପରି ରିପୋର୍ଟରେ କୁହାଯାଇଛି ଯେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟର ଟ୍ୟାକ୍ସ କର୍ମଚାରୀଙ୍କ ବିରୋଧରେ ୨ ହଜାର ୧୫୦, ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ ୧ ହଜାର ୬୧୯, ଟେଲିକମ ବିଭାଗ ବିରୋଧରେ ୧ ହଜାର ୩୦୮, ଅର୍ଥ ମନ୍ତ୍ରଣାଳୟ ବିରୋଧରେ ୧ ହଜାର ୨୦୨ ଏବଂ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ ବିରୋଧରେ ୧ ହଜାର ୧୦୧ ଦୁ୍ନୀତି ଅଭିଯୋଗ ଆସିଛି । ସେହିପରି ସିଭିସି ରିପୋର୍ଟରେ କୁହାଯାଇଛି ଯେ ବୀମା କମ୍ପାନୀର କର୍ମଚାରୀଙ୍କ ବିରୋଧରେ ଗତବର୍ଷ ୯୮୭ଟି ଅଭିଯୋଗ ହୋଇଥିବା ବେଳେ କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ ୯୭୦ ଏବଂ ଅସ୍ଫାତ ମନ୍ତ୍ରଣାଳୟର ବିରୋଧରେ ୯୨୩ଟି ଦୁର୍ନୀତି ଅଭିଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com