ଅନ୍ତର୍ଜାତୀୟ

ମହାକାଶ ଗବେଷଣାରେ ଇସ୍ରୋକୁ ପୁଣି ଏକ ନୂଆ ସଫଳତା

ମହାକାଶ ଗବେଷଣାରେ ଇସ୍ରୋକୁ ପୁଣି ଏକ ନୂଆ ସଫଳତା । ଚନ୍ଦ୍ରଯାନ – ୩ ରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ସଫଳ ହୋଇଛି ଇସ୍ରୋ । ଚନ୍ଦ୍ରଯାନ ୩କୁ ଚନ୍ଦ୍ର କକ୍ଷରେ ପହଞ୍ଚାଇବାରେ ସଫଳ ଭୂମିକା ନେଇଥିବା ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା । ଏହାକୁ ଫେରାଇ ଆଣିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳ ହୋଇଛି ।

ତେବେ କେବଳ ଚନ୍ଦ୍ର ପୃଷ୍ଟକୁ ପଠାଇବା ନୁହେଁ ଏଥର ଫେରାଇ ଆଣିବାର ମଧ୍ୟ କ୍ଷମତା ମଧ୍ୟ ରଖୁଛି ଇସ୍ରୋ । ତେବେ ଚନ୍ଦ୍ର ପୃଷ୍ଠରେ ଥିବା ଲ୍ୟାଣ୍ଡର ଓ ରୋଭର ଫ୍ରିଜ୍ ହୋଇନଥିବାରୁ ସେମାନଙ୍କୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଉଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁଲାଇ ୧୪ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ନେଇ ଚନ୍ଦ୍ରଯାନ ୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସ ରଚିଥିଲା ଇସ୍ରୋ ।

Related Articles

Back to top button
WP Twitter Auto Publish Powered By : XYZScripts.com