ରାଜନୀତି

ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର

ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ପଦମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପଦମପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ପଦମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । RDCଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି ।

ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରାଯାଉଛି । ପଦମପୁରକୁ ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ହିଁ ପଦମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ନବୀନ କହିଥିଲେ । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରିକି ଦେଖାନ୍ତି । ଯାହାକି ପୁଣି ଥରେ ପ୍ରମାଣିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପଦମପୁରବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com