ରାଜନୀତି

୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି

ରାଜ୍ୟସଭା ସଦସ୍ୟତା ଫେରିପାଇଲେ ଆମ୍ ଆଦମୀ ପାର୍ଟି(ଆପ୍)ର ସାଂସଦ ରାଘବ ଚଢା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି ।

ନିଲମ୍ବନ ହଟିବା ପରେ ରାଘବ କହିଛନ୍ତି, “ ଏହି ୧୧୫ଦିନର ନିଲମ୍ବନ ସମୟରେ, ମୁଁ ଆପଣଙ୍କଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପାଇଛି । ଆପଣ ସମସ୍ତେ ମୋତେ ଲଢ଼ିବାକୁ ସାହସ ଦେଇଛନ୍ତି । ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ମୁଁ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଧନ୍ୟବାଦ ଜଣାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com