ଜାତୀୟ

କାନ୍ଧରେ ବନ୍ଧୁକ ଧରି ବୃଦ୍ଧା ମା’ଙ୍କୁ କୋଳେଇ ଭୋଟ କେନ୍ଦ୍ରକୁ ଦୌଡ଼ି ଯାଉଛନ୍ତି କନ‌ଷ୍ଟେବଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୁଲିସର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଥିବା ଦୃଶ୍ୟ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି । ଏହି ଭିଡିଓରେ ଜଣେ ପୁଲିସ କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କୁ ଏକ ମତଦାନ ବୁଥକୁ ନେଇ ଯାଉଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ବୋଲି କୁହାଯାଉଛି।

ଭିଡିଓରେ ଦେଖିବାକୁ ମିଳୁଥିବା ପୁଲିସ କନଷ୍ଟେବଳଙ୍କ ନାମ ପୱନ କୁମାର ବୋଲି ଜଣାପଡିଛି। ଏହି କ୍ଷୁଦ୍ର ୧୪ ସେକେଣ୍ଡର ଭିଡିଓକୁ ଉତ୍ତରପ୍ରଦେଶ ପୁଲିସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି।

ୟୁପି ପୁଲିସ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛି, କାନ୍ଧରେ ବନ୍ଧୁକ ଅଛି ଏବଂ କୋଳରେ ଜଣେ ମା ଅଛନ୍ତି। ବଢ଼ହଲଗଞ୍ଜର ଅଞ୍ଚଳରେ ଜଣେ ବୃଦ୍ଧ ମହିଳାଙ୍କୁ ମତଦାନ କେନ୍ଦ୍ରକୁ ନେବାରେ ସାହାଯ୍ୟ କରୁଛନ୍ତି ଗୋରଖପୁରର ଜିଲ୍ଲାର କନଷ୍ଟେବଳ ପୱନ କୁମାର। ଆପଣଙ୍କୁ ନେଇ ଗର୍ବ ଅନୁଭବ ହେଉଛି ପବନ।

ଉତ୍ତରପ୍ରଦେଶରେ ଏକ ମାସ ଧରି ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯାହା ଫେବ୍ରୁଆରି ୧୦ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com