Breaking NewsFeaturedରାଜନୀତି

ସରୁଛି ଅଶ୍ୱିନୀ-ଧର୍ମେନ୍ଦ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ; କେଉଁଠୁ ଲଢିବେ ଲୋକସଭା, ଚାଲିଛି ଚର୍ଚ୍ଚା..

୨୦୨୪ ମସିହା ରାଜନୀତି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ବର୍ଷ ହେବ । କାରଣ ଓଡିଶା ସମେତ ଏକାଧିକ ରାଜ୍ୟରେ ହେବ ଲୋକସଭା ନିର୍ବାଚନ । ତେବେ ଏହା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଖୁବ୍‌ଶୀଘ୍ର ଶେଷହେବାକୁ ଯାଉଛି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କ ରାଜ୍ୟସଭା କାର୍ୟ୍ୟ କାଳ । ଧର୍ମେନ୍ଦ୍ର ବର୍ତ୍ତମାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବାବେଳେ ଅଶ୍ବିନୀ ବୈଷ୍ନବ ଓଡ଼ିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି । ଯାହା ଆଲୋଚନା ହେଉଛି ଏହି ଦୁଇ ନେତା ହେବାକୁ ଥିବା ଲେକାସଭା ନିର୍ବାଚନ ଲଢ଼ିବେ ।

ତେବେ ମୋଟ୍ ୯ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପିର ୬୦ ଜଣ ରାଜ୍ୟସଭା ସାଂସଦଙ୍କ କାର୍ୟ୍ୟ କାଳ ଚଳିତ ବର୍ଷ ଶେଷ ହେବ । ଏମାନଙ୍କ ମଧ୍ୟରେ ରହିଛନ୍ତି ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭଳି ବିଶିଷ୍ଟ ବ୍ୟକ୍ତି । ଯେଉଁମାନଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେବ । ତେବେ ସବୁଠୁ ଅଧିକ ଆସନ ଖାଲି ପଡିଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ । ଯେଉଁଠୁ ସର୍ବାଧିକ ୧୦ଟି ଆସନ ଖାଲି ପଡିଛି । ଏହା ପଛକୁ ମହାରାଷ୍ଟ୍ର ଓ ବିହାରରେ ୬ଟି ପଦବୀ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୫ଟି , କର୍ଣ୍ଣାଟକ ଓ ଗୁଜରାଟରେ ୪ଟି ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳ ରୁ ୩ଟି ଲେଖାଏଁ ପଦବୀ ଖାଲି ପଡ଼ିଛି ।

ସେହିପରି ଝାଡ଼ଖଣ୍ଡ ଓ ରାଜସ୍ଥାନରେ ୨ଟି , ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ପଦବୀ ଖାଲି ରହିଛି । ଜୁଲାଇରେ ମଧ୍ୟ ୪ ଜଣ ମନୋନୀତ ସଦସ୍ୟ ଅବସର ନେବେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶ ବାହାରେ ଏକ ଆସନ ଖୋଜିବାକୁ ପଡ଼ିବ, କାରଣ ସେଠାରେ ବର୍ତ୍ତମାନ କଂଗ୍ରେସ କ୍ଷମତାରେ ଅଛି । କର୍ଣ୍ଣାଟକ ଓ ତେଲେଙ୍ଗାନାରେ ୨୦୨୩ରେ କ୍ଷମତାକୁ ଫେରିଥିବା କଂଗ୍ରେସ ମଧ୍ୟ ରାଜ୍ୟସଭାକୁ ପ୍ରାର୍ଥୀ ପଠାଇପାରେ । ଦଳ ତେଲେଙ୍ଗାନାରୁ ଅତି କମରେ ଦୁଇ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ଲକ୍ଷ୍ୟ ରଖିପାରେ । ତେବେ ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଲୋକସଭା ଲଢିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା । ଧର୍ମେନ୍ଦ୍ର ଏବଂ ଅଶ୍ୱିନୀ କେଉଁ କେଉଁ ଆସନରୁ ଲଢିବେ ତାହାକୁ ନେଇ ଏବେ କଳ୍ପନାଜଳ୍ପନା ।

Related Articles

Back to top button
WP Twitter Auto Publish Powered By : XYZScripts.com