Featuredଜାତୀୟମନୋରଞ୍ଜନ

ଗଦର୍-୨ରେ ଦେଖିବେ ସନ୍ନିଙ୍କ ଧମାଲ୍‌, ଦୀର୍ଘ ବର୍ଷ ପରେ ଫେରୁଛି… ଏକ୍‍ ପ୍ରେମ୍‍ କଥା Continues…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଏବେ ବଲିଉଡ ହେଉ କି ହଲିଉଡ ସବୁଥିରେ ସିକ୍ୱିଏଲ ଟ୍ରେଣ୍ଡ ଚାଲିଛି । ଏହି କ୍ରମରେ ସନ୍ନି ଦେୱ୍‌ଲ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଖୁବ୍ ଶୀଘ୍ର ବଡ଼ ପରଦାରେ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବ ସନ୍ନିଙ୍କ ନୂଆ ଫିଲ୍ମ । ଦୀର୍ଘ ୨୨ ବର୍ଷ ପରେ ଧମାଲ୍ ମଚାଇବ ଗଦରର ସିକ୍ୱିଏଲ ତଥା ପାର୍ଟ-୨ ଗଦର୍, ଏକ୍ ପ୍ରେମ୍ କଥା । ଏହାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଓଡ୍‍ ଅଭିନେତା ସନ୍ନି ଦେୱଲ ।

ଏହି ଫିଲ୍ମକୁ ନେଇ ଏବେଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଦେଇଛି ନାହିଁ ନଥିବା ଉତ୍ସାହ । ଏହି ଫିଲ୍ମରେ ସନ୍ନି ପୁଣି ଥରେ ତାରା ସିଂ ଚରିତ୍ରରେ ନଜର ଆସିବେ । ଆଉ ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିଛି ସନିଙ୍କ ତାରା ସିଂ ଲୁକ୍ । ଏଥିରେ ଆପଣମାନେ ଦେଖିବେ ତାରା ସିଂଙ୍କ ଭାରତ ଫେରିବା ପରର କାହାଣୀ। ସେହିପରି ଗଦର୍‌-୨ରେ ସନିଙ୍କ ସହ ଅମିଷା ପଟେଲ ଏବଂ ଅନ୍ୟ କଳାକାରଙ୍କୁ ପୁଣି ଦେଖିବାକୁ ମିଳିବ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ୍‌ରେ ଏହା ହେବ ଅମିଷାଙ୍କ ଗ୍ରାଣ୍ଡ କମ୍ ବ୍ୟାକ୍ । ଏହି ଫିଲ୍ମ ୯ ଜୁନ୍‌ରେ ସିନେମା ହଲରେ ରିଲିଜ ହେବ।

୨୦୦୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଗଦର୍’। ଦର୍ଶକ ଏହାକୁ ବେଶ ପସନ୍ଦ କରିବା ଯୋଗୁ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେବି ଦର୍ଶକଙ୍କ ମନରେ ଉକ୍ତ ଫିଲ୍ମର ଚିତ୍ର, ଚରିତ୍ର, ଗୀତ ଓ ଡାଇଲଗ୍ ଆଦି ବସାବାନ୍ଧି ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com