ଜାତୀୟ

ସଂଜୟ ରାୱତଙ୍କ କଷ୍ଟଡି ଅବଧି ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ପାତ୍ରାଚଂଲ ଜମି ଦୁର୍ନୀତି ମାମଲାରେ ସଂଜୟ ରାୱତଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏବେ ଇଡି ପକ୍ଷରୁ ସଂଜୟ ରାୱତଙ୍କ କଷ୍ଟଡି ଅବଧି ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଇଡି ତରଫରୁ ସଂଜୟ ରାୱତଙ୍କ କଷ୍ଟଡି ଅବଧି ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କୋର୍ଟରେ ଆବେଦନ କରିଥିଲେ । ଆଜି ସଂଜୟ ରାୱତଙ୍କ କଷ୍ଟଡି ଅବଧି ସମାପ୍ତ ହେଉଥିବାରୁ ଇଡି ତରଫରୁ ତାଙ୍କୁ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଅଦାଲତ ତରଫରୁ ତାଙ୍କ କଷ୍ଟଡି ଅବଧି ୫ ଦିନ ଅର୍ଥାତ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।  ପାତ୍ରାଚଂଲ ଜମି ଦୁର୍ନୀତି ମାମଲାରେ ଇଡି ବାରମ୍ବାର ନୋଟିସ କରିବା ପରେ ସଂଜୟ ରାୱତ ଇଡିରେ ହାଜର ହୋଇ ନଥିଲେ । ଏହାପରେ ଜୁଲାଇ ୩୧ ତାରିଖ ଦିନ ଇଡି ପକ୍ଷରୁ ଦିନ ତମାମ ସଂଜୟ ରାୱତଙ୍କ ବିଭିନ୍ନ ଠିକଣାରେ ଚଢାଉ କରିବା ସହ ସନ୍ଧ୍ୟାରେ ସଂଜୟଙ୍କୁ ହେପାଜତକୁ ନେଇ ପଚରା ଉଚରା କରିଥିଲା ।

ହେଲେ ଏହି ଦୁର୍ନୀତିରେ ତାଙ୍କର ସଂପର୍କ ନଥିବା କଥା ସଂଜୟ ବାରମ୍ବାର ଗଣମାଧ୍ୟମ ଆଗରେ କହିଛନ୍ତି । ଏହାସହ ସେ କେନ୍ଦ୍ର ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ରାଜନୈତିକ ବିରୋଧୀଙ୍କ ସ୍ୱରକୁ ଚପାଇବା ପାଇଁ କେନ୍ଦ୍ର ସରକାର ଜାତୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରୁଛନ୍ତି । ଏହାସହ କୌଣସି ପରିସ୍ଥିତିରେ ସେ ଶିବସେନା ଛାଡିବେ ନାହିଁ ବୋଲି ସଂଜୟ ରାୱତ ସ୍ପଷ୍ଟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com