Featuredଜାତୀୟ

ପ୍ରିୟଙ୍କାଙ୍କ ପାଇଁ ରାସ୍ତାରେ ବିଛାଗଲା ୬ ହଜାର କିଲୋ ଗୋଲାପ

୮୫ତମ ମହାଧିବେଶନରେ ସାମିଲ ହେବାକୁ ଶନିବାର ଦିନ ରାୟପୁର ପହଂଚିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ସାମ୍ନାରେ ଥିବା ସଡକ ଉପରେ ୨ କିଲୋମିଟର ପର୍ଯ୍ୟନ୍ତ ଗୋଲାପ ପାଖୁଡା ବିଛା ଯାଇଥିଲା । ଏଥିପାଇଁ ୬ ହଜାର କିଲୋରୁ ଅଧିକ ଗୋଲାପର କଢ ବ୍ୟବହାର କରାଯାଇଛି । ଏହାସହ ରାସ୍ତାର ଦୁଇପାଶ୍ୱରେ ରଙ୍ଗବେରଙ୍ଗର ପାରମ୍ପାରିକ ପୋଷାକ ପରିଧାନ କରି କଳାକାରମାନେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି ।

ବିମାନବନ୍ଦରରେ ପ୍ରିୟଙ୍କାଙ୍କୁ ସ୍ୱାଗତ କରିବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜ୍ୟ କଂଗ୍ରେସ ପ୍ରମୁଖ ମୋହନ ମୋରକାମ ଓ ଦଳର ଅନ୍ୟନେତାମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com