ଅନ୍ତର୍ଜାତୀୟ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର ଜୀବନମରଣ ସହ ସଂଘର୍ଷ କରୁଛନ୍ତି

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଲଶ୍କର-ଏ-ତୋଏବାର ଏହି ଆତଙ୍କବାଦୀଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ସେ ସେଠାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଅଛନ୍ତି।

ତେବେ କୋଟ ଲାଖପତ ଜେଲରେ ବନ୍ଦୀ ଥିବା ମିରଙ୍କୁ ହଠାତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇଛି। ଜୁନ ୨୦୨୨ରୁ ଜେଲରେ ରହିଆସୁଥିଲେ ମିର। ଏବେ ତାଙ୍କୁ ଜେଲରେ ବିଷ ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com