ଅନ୍ୟାନ୍ୟ
ପ୍ରେମ ପାଇଁ ବର୍ଡର ଡେଇଁଲେ ପାକିସ୍ତାନୀ ମହିଳା
![](https://i0.wp.com/odia.mobilenews24x7.com/wp-content/uploads/2023/12/98110200.jpg?resize=720%2C470&ssl=1)
ପ୍ରେମ ପାଇଁ ବର୍ଡର ଡେଇଁଲେ ପାକିସ୍ତାନୀ ମହିଳା । ପାକିସ୍ତାନର ଜଣେ ଯୁବତୀ ସୀମା ଡେଇଁ ଭାରତ ଆସିଛନ୍ତି । ଏବେ ଏହି ଦୁହିଁଙ୍କ ବିବାହ ପାଇଁ କନ୍ୟାଙ୍କୁ ଅନୁମତି ଦେଇଛନ୍ତି ଭାରତ ସରକାର ।
ପାକିସ୍ତାନ କରାଚିରେ ରୁହନ୍ତି ଜାଭରିୟା ଖାନମ୍ । ସେ ଭାରତର ସମୀର ଖାନଙ୍କୁ ବିବାହ କରିବେ । ଆଜି ସେ ଓ୍ବାଘା ବର୍ଡର ଡେଇଁ ଭାରତ ଆସିଛନ୍ତି । ଏଥିପାଇଁ ଭାରତ ସରକାର ତାଙ୍କୁ ୪୫ ଦିନର ଭିସା ଦେଇଛି । ପୂର୍ବରୁ ଭିସା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଭିସା ମିଳି ନଥିଲା ।