ଜାତୀୟମନୋରଞ୍ଜନ

ରିଲିଜ ହେଲା ‘ଲାଇଗର’ର ଫାଷ୍ଟସଂଗ୍ ଅକଡି ପକଡି, ବିଜୟ ଦେବରକୋଣ୍ଡାଙ୍କୁ କିସ୍ କଲେ ଅନନ୍ୟା

ମୁମ୍ୱାଇ: ଏବେ ବିଜୟ ଦେବରାକୋଣ୍ଡାଙ୍କ ସହ ରୋମାନ୍ସରେ ମାତିଛନ୍ତି ବଲିଉଡ ସୁପରଷ୍ଟାର ଅନନ୍ୟା ପାଣ୍ଡେ । ରିଅଲ ଲାଇଫ ଆମେ କହୁଛି ରିଲ ଲାଇଫ କଥା । ରିଲିଜ ଅପେକ୍ଷାରେ ଥିବା ଫିଲ୍ମ ‘ଲାଇଗର’ରେ ଦୁଇ ଷ୍ଟାର ଜୋରଦାର ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଫିଲ୍ମର ପ୍ରଥମ ଗୀତ ଅକଡି ପକଡି ରିଲିଜ ହୋଇଛି ।

ଯେଉଁଥିରେ ବିଜୟ ଓ ଅନନ୍ୟ ଜୋରଦାର ଫରଫାରମାନ୍ସ ଦେଇଛନ୍ତି । ମନ ମତୁଆଲା ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସର ଭରପୁର ମଜା ନେବେ ଦର୍ଶକ । ବିଜୟ ଏବଂ ଅନନ୍ୟାଙ୍କ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗୀତ ଶୁଣିବା ପରେ, ଆପଣ ମଧ୍ୟ ନିଜକୁ ଅଣ୍ଟା ହଲାଇବାକୁ ପଛାଇବେ ନାହିଁ । ଦୁଇ ଅଭିନେତା ଅଭିନେତ୍ରୀ ରୋମାନ୍ସ ସହ ଖୁବ ମସ୍ତି କରୁଥିବା ନଜର ଆସନ୍ତି ।

ଏହି ଗୀତର ଶୈଳୀ ଦକ୍ଷିଣ ଚଳଚ୍ଚିତ୍ର ଗୀତର ଶୈଳୀ ସହିତ ବହୁତ ମିଶୁଛି । ଗୀତରେ ବିଜୟ ଦେବରକୋଣ୍ଡାଙ୍କ ଷ୍ଟାଇଲ ଦେଖିବାକୁ ଯୋଗ୍ୟ । ବିଜୟ ଜୋରରେ ନାଚୁଥିବା ନଜର ଆସିଛନ୍ତି । ‘ଲାଇଗର୍’ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର । ଯାହା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ । ବିଜୟ ଦେବରାକୋଣ୍ଡା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି । ଲାଇଗର୍ ହେଉଛି ଏକ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com