ବିଜ୍ଞାନ ଓ ପ୍ରଯୁକ୍ତି

ପାକିସ୍ତାନରେ ଘୋର ଆର୍ଥିକ ସଙ୍କଟ

     ଭୁବନେଶ୍ୱର, ୧୦/୦୧/୨୦୨୩ –   ପାକିସ୍ତାନର ଆର୍ଥିକ ସଙ୍କଟ ହେତୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପିଡିଛି । ଦରଦାମ୍ ବୃଦ୍ଧି ଯୋଗୁଁ ଦେଶରେ ହଇଚଇ ସୃଷ୍ଟି ହୋଇଛି । ସବସିଡି ଯୁକ୍ତ ଅଟାର ଷ୍ଟକ୍ ବଜାରରେ ଶେଷ ହେବା ଯୋଗୁଁ ସରକାର ଦେଶର ବିଭିନ୍ନ ସ୍ଥାନରେ ଜନସାଧାରଣମାନଙ୍କୁ କମ୍ ମୂଲ୍ୟରେ ଅଟା ପ୍ୟାକେଟ୍ ଯୋଗାଉଛନ୍ତି । ସବସିଡ ଯୁକ୍ତ ଅଟା ଶସ୍ତାରେ ମିଳୁଥିବାରୁ ଲୋକମାନଙ୍କର ଭିଡ ଦେଖିବାକୁ ମିଳିଛି । ଆର୍ଥିକ ସ୍ଥିତି ଏତେ ଗମ୍ଭୀର ହୋଇପଡିଛି ଯେ, ଲୋକମାନେ ୫ କିଲୋ ଅଟା ବ୍ୟାଗ୍ ପାଇଁ ନିଜ ନିଜ ଭିତରେ ଲଢୁଛନ୍ତି । ଏଥିରେ ୪ ଜଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି ।

ସିନ୍ଧ ଏବଂ କରାଚିରେ ଅଟାର ଦାମ୍ ଏକ କିଲେଗ୍ରାମ ପିଛା ୧୪୦ରୁ ୧୬୦ ଟଙ୍କା ରହିଛି । ସବସିଡ୍ ଅଟା ଏକ କିଲୋଗ୍ରାମ ପିଛା ୬୫ ଟଙ୍କାରେ ବିକ୍ରି ହେଉଛି । ଲୋକମାନେ ଅଟା କିଣିବା ପାଇଁ ସରକାରୀ ଦୋକାନକୁ ଖୋଜି ବୁଲୁଛନ୍ତି । ଯେଉଁଠାରେ  ଅଟା ପ୍ୟାକେଟର ଦାମ୍ ୧୦୦୦ରୁ ୧୫୦୦ଟଙ୍କା ରହିଛି । ଖୋଲା ବଜାରରେ ୨୦ କିଲୋ ଅଟାର ଦାମ୍ ୩୧୦୦ ଟଙ୍କାରେ ପହଞ୍ଚିଛି । ଗୋଟେ ବର୍ଷ ପୂର୍ବରୁ ଅଟାର ଦାମ୍ ୧୧୦୦ ଟଙ୍କା ରହିଥିଲା । ସିନ୍ଧ ଅଞ୍ଚଳରେ ଅଟାର ଚାହିଦା ଅଧିକ ଥିବାବେଳେ ଏହାର ଯୋଗାଣ ବହୁତ କମ ରହିଛି । ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୨୫ ପ୍ରତିଶତରେ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com