ବିଜ୍ଞାନ ଓ ପ୍ରଯୁକ୍ତି

BRSରେ ମିଶିବେ ବରିଷ୍ଠ ରାଜନେତା ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ

ଭୁବନେଶ୍ୱର, ୨୭/୦୧/୨୦୨୩ –  ଭାରତ ରାଷ୍ଟ୍ର ସମିତି – BRSରେ ମିଶିବେ ବରିଷ୍ଠ ରାଜନେତା ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଗିରିଧରଙ୍କ ଧର୍ମପତ୍ନୀ ମଧ୍ୟ BRSରେ ସାମିଲ ହେବା ନେଇ ଜଣାପଡ଼ିଛି । ଏମାନଙ୍କ ସହିତ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ମଧ୍ୟ BRSରେ ମିଶିବା ସମ୍ଭାବନା ରହିଛି ।

ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଶୁକ୍ରବାର ଆୟୋଜିତ ମିଶ୍ରଣ ପର୍ବରେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ବିଧିବଦ୍ଧ ଭାବେ BRSରେ ସାମିଲ ହେବେ । ୨୦୧୫ରେ ଗିରିଧର ଓ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଗତ ଜାନୁଆରୀ ୨୫ରେ ୮ ବର୍ଷର ସମ୍ପର୍କକୁ ଛିନ୍ନ କରି ବିଜେପି ଛାଡ଼ିଥିଲେ ଗିରିଧର ଓ ଶିଶିର ।

Related Articles

Back to top button
WP Twitter Auto Publish Powered By : XYZScripts.com