Breaking NewsFeaturedରାଜନୀତି

ସୋନିଆ-ରାହୁଲ-ୟେଚୁରୀ:ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିଏ ଆସିବେ କିଏ ଆସିବେନି?

ସାରା ଦେଶରେ ଏବେ ରାମ ମନ୍ଦିର ଫିଭର । ଅଯୋଧ୍ୟା ରାମ ଜନ୍ମଭୂମିରେ ଭବ୍ୟ ଆୟୋଜନ ଦେଖିବା ପାଇଁ ସମସ୍ତଙ୍କ ଇଛା । ତେଣୁ ଏବେ ଠାରୁ ସମସ୍ତଙ୍କ ମୁହଁରେ ରାମ ନାମ । ଆସନ୍ତା ମାସରେ ହେବାକୁ ଥିବା ପ୍ରତିଷ୍ଠା ଉତ୍ସବକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ହେଲେ ଏସବୁ ଭିତରେ ଏବେ ଆସୁଛି ରାଜନୀତିର ବାସ୍ନା । ଆସନ୍ତାବର୍ଷ ଲୋକସଭା ନିର୍ବାଚନ ଥିବାରୁ ରାମ ମନ୍ଦିର ଏକ ପ୍ରସଙ୍ଗ ପାଲଟିଛି । କାରଣ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଂଟନ କରାଯାଉଛି । କିନ୍ତୁ ଏଥିରେ କେଉଁ ରାଜନୈତିକ ଦଳର କେଉଁ ନେତା ଯୋଗ ଦେବେ ଆଉ କିଏ ଦେବେ ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କହିବାକୁ ଗଲେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କାହାକୁ ଡକାଯିବ, କାହାକୁ ଡକାଯିବନି, କିଏ ଆସିବେ ଆଉ କିଏ ଆସିବେନି ସେନେଇ ମଧ୍ୟ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଟାର୍ଗେଟ୍ କରାଯାଉଛି । ଅନ୍ୟପଟେ ସୋନିଆ ଗାନ୍ଧୀଙ୍କ ଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କାର୍ୟ୍ୟକ୍ରମରେ ଯୋଗଦେବା ନେଇ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏପର୍ୟ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାନ୍ତି। ଅପରପକ୍ଷରେ ରାହୁଲ ଗାନ୍ଧୀ ଏନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ତେବେ ଦିଗ ବିଜିୟ ସିଂ ତାଙ୍କୁ ନିମନ୍ତ୍ରଣ ନ କରିବାକୁ ନେଇ ଏକ ପ୍ରସଙ୍ଗ କରିଛନ୍ତି। ସେପଟେ ରାମ ମନ୍ଦିରରେ ପ୍ରାଣ ପ୍ରତୀକ୍ଷା କାର୍ୟ୍ୟକ୍ରମରେ ଯୋଗ ନ ଦେବାକୁ ସିପିଏମ ଘୋଷଣା କରିଛି। ସିପିଆଇଏମ ନେତା ସୀତାରାମ ୟେଚୁରୀ ଏହି କାର୍ୟ୍ୟକ୍ରମରେ ଯୋଗଦେବାକୁ ମନା କରିଛନ୍ତି।

ଧାର୍ମିକ ନେତାଙ୍କୁ ରାଜନୈତିକ ରଙ୍ଗ ଦେଇଥିବା ଅଭିଯୋଗ କରି ଏହି କାର୍ୟ୍ୟକ୍ରମରୁ ଦୂରେଇ ରହିବା ପାଇଁ ନେତା ବୃନ୍ଦା କରାତ କହିଛନ୍ତି। ଆଉ ଏତେ ସବୁ ରାଜନୈତିକ ବୟାନବାଜୀ ମଧ୍ୟରେ ଏବେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ବିରୋଧୀଙ୍କ କୋଟକୁ ବଲ ଗଡ଼ାଇ ଦେଇଛନ୍ତି । ତାଙ୍କର ସେହି ବୟାନ ପରେ ବିରୋଧୀ ହରଡ଼ଘଣାରେ ପଡ଼ିଛନ୍ତି । ଯେଉଁମାନେ ଏହି ପ୍ରତିଷ୍ଠା ଉତ୍ସବକୁ ଆସିବେ କି ନାହିଁ ବୋଲି ବିଭିନ୍ନ ଦିଗରୁ ବୟାନବାଜି କରୁଥିଲେ, ଏବେ ସମସ୍ତେ ଚୁପ୍ । ମିନାକ୍ଷୀଙ୍କ ବୟାନଟି ଏମିତି ଯେ, ବିରୋଧୀଙ୍କ ପାଇଁ ଏବେ ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ବ୍ରହ୍ମ ହତ୍ୟା । ମିନାକ୍ଷୀ କହିଛନ୍ତି, ‘ଅନେକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଅନେକଙ୍କୁ କାର୍ଡ ଦିଆଯାଇଛି । ହେଲେ ସ୍ୱୟଂ ଭଗବାନ ଶ୍ରୀରାମ ଯାହାକୁ ଡାକିବେ ସେ ହିଁ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇପାରିବେ । କାରଣ ଏଠାରେ ଭଗବାନ ଶ୍ରୀରାମଙ୍କ ଇଚ୍ଛା ବିନା କିଛି ବି ହୁଏନା ।’

Related Articles

Back to top button
WP Twitter Auto Publish Powered By : XYZScripts.com