ଓଡ଼ିଶା
ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ
![](https://i0.wp.com/odia.mobilenews24x7.com/wp-content/uploads/2023/12/Jaga-darshan-will-be-streamlined-shed-system-will-be-constructed-for-devotees.jpg?resize=750%2C430&ssl=1)
ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ମିଳିବ ସର୍ବୋତ୍ତମ ସୁବିଧା। ଟନେଲ ନୁହେଁ, ଭକ୍ତଙ୍କ ପାଇଁ ପୁରୀ ବଡ଼ଦାଣ୍ଡରେ ହେବ ସେଡ୍ ବ୍ୟବସ୍ଥା । ବର୍ଷ ତମାମ ସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବ ।
ସେଡ୍ ମଧ୍ୟରେ ପାନୀୟଜଳ ଯୋଗାଣ ସହ ଏସି ଲଗାଯିବ ଓ ବସିବା ପାଇଁ କରାଯିବ ବ୍ୟବସ୍ଥା। ଏଥିପାଇଁ ଇଞ୍ଜିନିୟରିଂ ସଂସ୍ଥା ଦ୍ବାରା ପ୍ରସ୍ତାବିତ ଅଞ୍ଚଳରେ ମାପଚୁପ ସରିଛି । ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରେ ସେଡ୍ ନିର୍ମାଣ କରାଯିବ। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି।