ଅନ୍ୟାନ୍ୟ
ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି
କୋଲକତାରେ ପୁଣି ଚାଞ୍ଚଲ୍ୟ । ୨୪ ଘଣ୍ଟା ଭିତରେ ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ।
ରାଜ୍ୟ ପଶ୍ଚିମବଙ୍ଗର ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ SNCU ବିଭାଗରେ ନବଜାତ ୧୦ ଶିଶୁଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ୧୦ ଜଣ ଶିଶୁଙ୍କ ଓଜନ ବହୁତ କମ୍ ଏବଂ ଅନ୍ୟାନ୍ୟ ଶାରିରୀକ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲର ମୁଖ୍ୟ MAVP ଡାକ୍ତର ଅମିତ କୁମାର କହିଛନ୍ତି।