ରାଜନୀତି

ପାଞ୍ଚ ରାଜ୍ୟରେ ସରିଲା ନିର୍ବାଚନ ।

ପାଞ୍ଚ ରାଜ୍ୟରେ ସରିଲା ନିର୍ବାଚନ । ଗଡ଼ ଜିତିଲା ବିଜେପି । ୩ ରାଜ୍ୟରେ ବିପୁଳ ବିଜୟ ଆଉ ମିଜୋରାମ-ତେଲଙ୍ଗାନାରେ ଦଳର ଆଶ୍ୱସ୍ତିକର ଫଳାଫଳ ପରେ ଏବେ ମୋଦିଙ୍କ ଟାର୍ଗେଟ୍‌ରେ ଓଡ଼ିଶା ।

ଏଇ ଡିସେମ୍ବରରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏଭଳି ସଂକେତ ଦେବା ପରେ ରାଜ୍ୟ ରାଜନୀତି ଏବେ ପୂରା ସରଗରମ । ନିକଟରେ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ୍ ଦିଲ୍ଲୀ ଯାଇ ଫେରିବା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ମନ୍ତ୍ର ସମ୍ପର୍କରେ କହିଥିଲେ । ଲୋକଙ୍କ ସହ ଆହୁରି ଯୋଡ଼ିହେବାକୁ ପରାମର୍ଶ ଦେଇଥିଲେ ଶୀର୍ଷ ନେତୃବୃନ୍ଦ ।

ଏହାର ୩ ଦିନ ପରେ ମୋହନ ଦେଲେ ସୂଚନା- ଆସୁଛନ୍ତି ମୋଦି । ଏପରିକି ଅମିତ ଶାହ ଓ ଜେପି ନଡ୍ଡା ମଧ୍ୟ ଆସିବାର ସମ୍ଭାବନା ରହିଛି । ଫଳରେ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଛି । ସମସ୍ତେ ଉତ୍ସାହିତ । ରାଜ୍ୟରେ କାମ କରିବ ମୋଦି ଜାଦୁ । ବୋହିବ ମୋଦି ହାୱା । ଲାଗୁ ହେବ ବିଜୟୀ ରାଜ୍ୟର ରୋଡ୍ ମ୍ୟାପ୍ । ବିଶେଷକରି ଛତିଶଗଡ଼ ଫର୍ମୁଲା ଓ ମୋଦିଙ୍କ ନୂଆ ଚେହେରା ଷ୍ଟ୍ରାଟେର୍ଜି ଓଡ଼ିଶା ଲାଗୁ ହେବ ବୋଲି ଚର୍ଚ୍ଚା ଜୋର ଧରିଲାଣି ।

ସେପଟେ କଂଗ୍ରେସ ଶିବିର ଚାହିଁ ବସିଛି ରାହୁଲ ଗାନ୍ଧିଙ୍କ ଆଗମନକୁ । ଅକ୍ଟୋବରରୁ ନଭେମ୍ବର ଯାଇ ଡିସେମ୍ବରରେ ଓଡ଼ିଶା କଂଗ୍ରେସ ରାହୁଲଙ୍କ ଆସିବାକୁ ନେଇ ଉତ୍ସାହିତ ହୋଇପଡ଼ିଛି । ରାହୁଲଙ୍କ ସହ ପ୍ରିୟଙ୍କା ଗାନ୍ଧି ବି ଆସିବାର ସମ୍ଭାବନା ରହିଛି । ଶୀର୍ଷ ନେତୃବୃନ୍ଦ ଆସିଲେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ବିଶାଳ ସମାବେଶ କରିବ ବୋଲି ପିସିସି ମୁଖିଆ ଶରତ ପଟ୍ଟନାୟକ ଏବଂ ବରିଷ୍ଠ ବିଧାୟକ ସୁର ରାଉତରାୟ ପୂର୍ବରୁ କହିସାରିଛନ୍ତି ।

ତେବେ ରାହୁଲ କେବେ ଆସିବେ ତାରିଖ ଜଣାପଡ଼ିବା ପୂର୍ବରୁ ମୋଦିଙ୍କ ଆଗମନୀ ସୂଚନା ଓଡ଼ିଶା ରାଜନୀତି ପାଣିପାଗରେ ଥର ବଢ଼ାଇ ଦେଇଛି । ଡିସେମ୍ବରରେ ଦୁଇ ପ୍ରମୁଖ ଦଳର ଶୀର୍ଷ ନେତୃବୃନ୍ଦଙ୍କ ଓଡ଼ିଶା ଆଗମନୀ ଆସନ୍ତା ୨୪- ନିର୍ବାଚନରେ କିଭଳି ପ୍ରଭାବ ପକାଇବ ସେନେଇ ସବୁ ମହଲରେ ଚାଲିଛି କଳ୍ପନାଜଳ୍ପନା ।

Related Articles

Back to top button
WP Twitter Auto Publish Powered By : XYZScripts.com