ଅନ୍ତର୍ଜାତୀୟ
ହମାସ ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ ଭୟଙ୍କର ହମଲା କରାଯାଇଥିଲା
![](https://i0.wp.com/odia.mobilenews24x7.com/wp-content/uploads/2023/12/an4t98p8_israel-hamas-attack-afp_625x300_08_October_23.webp?resize=780%2C470&ssl=1)
ଅକ୍ଟୋବର ୭ ତାରିଖରେ ହମାସ ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ ଭୟଙ୍କର ହମଲା କରାଯାଇଥିଲା। ଏହି ସମୟରେ ଇସ୍ରାଏଲ ସେନାର ଜଣେ ମହିଳା ସୈନ୍ୟଙ୍କ ଉପରେ ୧୨ ଥର ଗୁଳିମାଡ଼ ହୋଇଥିଲା। ତଥାପି ସେ ଜୀବନ ଯୁଦ୍ଧରେ ହାରି ନଥିଲେ।
ଏବେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ଧୀରେଧୀରେ ଚାଲିବା ଆରମ୍ଭ କରିଥିବାରୁ ଘଟଣା ଦିନର ଛାତି ଥରା କାହାଣୀ ସମସ୍ତଙ୍କୁ କହିଛନ୍ତି।