ଅନ୍ତର୍ଜାତୀୟଜାତୀୟ

ଇଏ ହେଉଛନ୍ତି ଦୁନିଆର ସବୁଠୁ ସୁନ୍ଦରୀ ଗାଡ଼ି ମେକାନିକ୍!

ନୂଆଦିଲ୍ଲୀ() ଆପଣ ଅନେକ ମେକାନିକ୍‌ ଦେଖିଥିବେ। ମାତ୍ର ଏତେ ସୁନ୍ଦର ମହିଳା ଗାଡ଼ି ମେକାନିିକ୍‌ ହୁଏତ ଆଗରୁ କେବେ ଦେଖିନଥି‌ବେ। ଏପରି ଏକ ମେକାନିକ୍ ହେଉଛନ୍ତି ଟେଣ୍ଟିନ୍ ଲେଗାସ୍ପି। ସେ ପେଶାରେ ମେକାନିକ୍ ବ୍ୟତୀତ ଜଣେ ମଡେଲ୍ ବି। ସେ ନିଜେ ଦାବି କରିଛନ୍ତି କି ସେ ହେଉଛନ୍ତି ଦୁନିଆର ସବୁଠୁ ହଟ୍ ମଡେଲ୍।

ଟେଣ୍ଟିନ୍ କହନ୍ତି ଗାଡ଼ି ସଜାଡ଼ବାକୁ ଆସିଥିବା ଅନେକ ଲୋକ ତାଙ୍କୁ ବାହାରେ ଭେଟିବାକୁ ବି ଅନୁରୋଧ କରିଛନ୍ତି। ଲୋକମାନଙ୍କୁ ସେ ବାରମ୍ବାର ମନା କରିଥାନ୍ତି।

ସେ ଜଣେ ମଡେଲ୍ ଭାବେ ମଧ୍ୟ ଖୁବ୍ ଜଣାଶୁଣା। ସେ ଫିଲିପିନ୍ସରେ ରହନ୍ତି ଓ ନିଜକୁ ‘ପ୍ରାଇଡ୍ ଫିଲିପିନା ବିୟ୍ୟୁଟି’ ବୋଲି କହନ୍ତି। ସବୁଠୁ ଖାସ୍ କଥା ହେଉଛି ସେ ଗତ ୧୦ ବର୍ଷ ହେବ ମେକାନିକ୍ କାମ କରୁଛନ୍ତି।

ଏହି ମଡେଲ୍ ୧୫ ବର୍ଷ ବୟସରୁ କାମ କରିବା ଆରମ୍ଭ କରି ଦେଇଛନ୍ତି। ଏବେ ତାଙ୍କ ବୟସ ୨୬ ବର୍ଷ। ସେ କହନ୍ତି କି ପୁରୁଷମାନଙ୍କ ଅଶାଳୀନ ମନ୍ତବ୍ୟ ତାଙ୍କ ଉପରେ କିଛି ପ୍ରଭାବ ପକାଏ ନାହିଁ। ପୁରୁଷମାନଙ୍କ ସହ କାମ କରିବାକୁ ତାଙ୍କୁ ଅସହଜ ମନେ ହୋଇଥାଏ। ସେଥିପାଇଁ ସେ ଏକା କାମ କରିବାକୁ ପସନ୍ଦ କରନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com