ରାଜନୀତି
ବାଚସ୍ପତି ଓମ ବିର୍ଲା ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଥିଲେ
ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମଇତ୍ରଙ୍କ ଆବେଦନ ଆସନ୍ତା ଜାନୁଆରୀ ୩ ତାରିଖରେ ହେବ। ଏଥିକ୍ସ କମିଟିର ସୁପାରିସ ଆଧାରରେ ବାଚସ୍ପତି ଓମ ବିର୍ଲା ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଥିଲେ।
ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।ଆବେଦନର ଶୁଣାଣି ସ୍ଥଗିତ ରହିବାର ଅର୍ଥ ସଂସଦର ଶୀତ ଅଧିବେଶନରେ ଆଉ ମହୁଆ ଲୋକସଭାକୁ ଯାଇ ପାରିବେ ନାହିଁ। କାରଣ ଡିସେମ୍ବର ୨୨ରେ ଅଧିବେଶ ଶେଷ ହୋଇଯିବ।