ଓଡ଼ିଶା
ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା
![](https://i0.wp.com/odia.mobilenews24x7.com/wp-content/uploads/2023/12/870530984.webp?resize=780%2C470&ssl=1)
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ପ୍ରତିଦିନ ପ୍ରାୟ ୬୦ରୁ ଅଧିକ କୁକୁର କାମୁଡ଼ା ମାମଲା ଦେଖିବାକୁ ମିଳୁଛି । ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।
ପୂର୍ବରୁ କୁକୁର କାମୁଡ଼ା ମାମଲା ୩୦-୩୫ ଭିତରେ ରହୁଥିବା ବେଳେ ଏବେ ଏହି ସଂଖ୍ୟା ଖୁବ ବୃଦ୍ଧି ପାଇଛି । ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ବିଏମସିକୁ ଚିଠି ଲେଖିବେବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ।