ରାଜନୀତି
ରାଜ୍ୟ ସଭାର ୪୫ ବିରୋଧୀ ଏମ୍ପିଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି
ଲୋକ ସଭା ପରେ ରାଜ୍ୟ ସଭାର ୪୫ ବିରୋଧୀ ଏମ୍ପିଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି ଯେ, ଅନେକ ସଦସ୍ୟ ଜାଣିଶୁଣି ବେଞ୍ଚକୁ ଅଣଦେଖା କରୁଛନ୍ତି।
ବାଧା ଯୋଗୁ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ଏହି କାରଣରୁ ଅଧିବେଶନରୁ ଅନେକ ଏମ୍ପିଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ତେବେ ୩୪ ଏମ୍ପିକୁ ଅଧିବେଶନରୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ୧୧ ଜଣଙ୍କୁ ଅଧିକାର କମିଟିର ରିପୋର୍ଟ ଆସିବା ନିଲମ୍ବିତ କରାଯାଇଛି।