ମନୋରଞ୍ଜନ

କାଜୋଲଙ୍କ ମା’ ତନୁଜା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି

ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ତଥା ଅଭିନେତ୍ରୀ କାଜୋଲଙ୍କ ମା’ ତନୁଜା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଜୁହୁ ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କୁ ଆଇସିୟୁରେ ରଖାଯାଇଛି। ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗ ଯୋଗୁ ଗତକାଲି ଅଧିକ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଛି। ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି।

Related Articles

Back to top button