ଜାତୀୟରାଜନୀତି

ୟୁପି ଓ ପଞ୍ଜାବ ଉପରେ ସଭିଙ୍କ ନଜର: ଫଳାଫଳ ବିଗାଡ଼ିଦେବ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ସମୀକରଣ

ନୂଆଦିଲ୍ଲୀ: ଭାରତବର୍ଷର ୫ଟି ରାଜ୍ୟର ନିର୍ବାଚନ ସରୁ ସରୁ ଜନମତ ସର୍ଭେ ରିପୋର୍ଟ ଆସିଯାଇଛି । ତେବେ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପି ଓ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ) ସରକାର ଗଠନ କରିବ ବୋଲି ଅଧିକାଂଶ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ତେବେ ଆପଣମାନେ ଜାଣନ୍ତି କି ଏହି ଦୁଇ ରାଜ୍ୟର ଫଳାଫଳ ଦେଶର ରାଜନୀତିର ଅନେକ ସମୀକରଣକୁ ପରିବର୍ତ୍ତନ କରିପାରେ । ଆସନ୍ତୁ ଜାଣିବା ବିସ୍ତୃତରେ ।
ରାଜ୍ୟସଭାରେ ସଭାର ମୋଟ ୨୪୫ଟି ସିଟ ମଧ୍ୟରୁ ବିଜେପି ପାଖରେ ବର୍ତ୍ତମାନ ୯୭ ଜଣ ସଦସ୍ୟ ରହିଛନ୍ତି । ଏଥିସହ ସହଯୋଗୀ ଦଳଙ୍କୁ ମିଶାଇ ଏନଡିଏର ସଭ୍ୟା ସଂଖ୍ୟା ୧୧୪ ରହିଛି । ଚଳିତ ବର୍ଷ ଏପ୍ରିଲରେ ରାଜ୍ୟସଭାର ୭୦ଟି ସିଟ ପାଇଁ ଭୋଟ ହେବ । ଏଥିରେ ଆସାମ, ହିମାଚଳ ପ୍ରଦେଶ, କେରଳ, ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବ ରାଜ୍ୟରେ ରାଜ୍ୟ ସାମିଲ ରହିଛି । ୟୁପିରେ ୧୧ଟି, ଉତ୍ତରାଖଣ୍ଡରେ ୧ଟି ସିଟରେ ଚଳିତ ବର୍ଷ ନିର୍ବାଚନ ହେବ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି ରାଜ୍ୟଗୁଡ଼ିକର ଫଳାଫଳ ରାଜ୍ୟସଭାର ସମୀକରଣରୁ ପ୍ରଭାବିତ କରିବ ।
ଜଣାପଡ଼ିଛି ଯେ, ପୂର୍ବରୁ ବିଜେପି ରାଜ୍ୟସଭାରେ ବହୁମତରୁ ଦୂରରେ ରହିଛି । ଯଦି ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ ନକରେ, ତେବେ ଆଗାମୀ ଦିନରେ ସେ ବହୁମତଠାରୁ ପଛରେ ରହିଯିବ । ଯାହାର ସିଧାସଳଖ ପ୍ରଭାବ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ପଡ଼ିବ । ଆସନ୍ତା ଜୁଲାଇ ୨୫ରେ ରାଷ୍ଟ୍ରପତି ଓ ଅଗଷ୍ଟ ୧୧ରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ।
ସାଧାରଣତଃ ରାଷ୍ଟ୍ରପତି ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଏଥିରେ ଲୋକସଭା, ରାଜ୍ୟସଭା, ସମସ୍ତ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟମାନେ ଭାଗ ନେଇଥାନ୍ତି । ସେହିପରି ଉପରାଷ୍ଟ୍ରପତି ସଂସଦର ଦୁଇ କକ୍ଷର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ତେଣୁ ଏହି ଦୁଇ ରାଜ୍ୟ ସହ ଅନ୍ୟ ରାଜ୍ୟର ଫଳାଫଳ ଭାରତୀୟ ରାଜନୀତିକୁ ପରୋକ୍ଷ ଭାବେ ବିଗାଡ଼ିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com