ଓଡ଼ିଶା
ରାଜ୍ୟରେ ଆଉ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ
![](https://i0.wp.com/odia.mobilenews24x7.com/wp-content/uploads/2023/12/coronavirus-odisha.webp?resize=770%2C433&ssl=1)
ରାଜ୍ୟରେ ଆଉ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ । ଗତକାଲି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଆକ୍ଟିଭ କେସ ୨ରେ ପହଞ୍ଚିଛି ।୨୦ ଦିନର ବ୍ୟବଧାନ ପରେ ଗତକାଲି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଦେଶରେ ବଢୁଥିବା କୋଭିଡ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚେତନ ବାର୍ତ୍ତା ଦେଇଛି । ବୟସ୍କ ଓ ଏକାଧିକ ରୋଗରେ ପୀଡିତ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ । ଜନଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଜନଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ସହ ସର୍ତକ ରହିବାକୁ ସଚେତନ କରିଛି ସ୍ବାସ୍ଥ୍ୟ ବିଭାଗ ।