ଓଡ଼ିଶା

ସକାଳୁ କବାଟ ଖୋଲିଲାନି ପୁଅ, ପୋଲିସ ଡାକିଲେ ପରିବାର: ଘରୁ ମିଳିଲା ମୃତଦେହ

ଚଣ୍ଡୀଖୋଲ: କଲେଜ ଛାତ୍ରଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ । ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବଜାର ଅଂଚଳରେ । ଦିଗମ୍ବର ସିଂଙ୍କ ପୁଅ ତାପସ ସିଂ ଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ କଲେଜ ଛାତ୍ର ହୋଇଥିବା ବେଳେ ଆଜି ସକାଳୁ ଶୋଇବା ଘରେ ରସି ଲଗାଇ ଦେଇଥିଲେ । ଦୀର୍ଘ ସମୟ ଧରି ପୁଅ କବାଟ ନଖୋଲିବାରୁ ପରିବାର ଲୋକେ ବଡ଼ଚଣା ପୋଲିସକୁ ଜଣାଇଥିଲେ ।

ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତିରେ କବାଟ ଖୋଲି ଦେଖିଲା ବେଳକୁ ନାବାଳକ ଜଣକ ରସି ଲଗାଇ ଦେଇଥିବା ଦେଖିବାକୁ ମିଳିଥିଲା । ମୃତଦେହକୁ ବାହାର କରାଯାଇ ବଡ଼ଚଣା ମେଡିକାଲକୁ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଥିଲା । ତେବେ ନାବାଳକ ଜଣକ କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ବଡ଼ଚଣା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com